ଓଡିଶା କ୍ରୀଡା

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପରେ ଗଜପତି ଜିଲ୍ଲାକୁ ମିଳିଛି ରନର୍ସଅପ୍ ଟ୍ରଫି…

ପାରଳାଖେମୁଣ୍ଡି : ଓଡିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପ୍-୨୦୨୩-୨୪ ପ୍ରତିଯୋଗିତାରେ ଗଜପତି ଜିଲ୍ଲା (୧୭ବର୍ଷରୁ କମ୍ ବାଳକ) ସଫଳତା ହାସଲ କରି ଉପବିଜେତା (ରନର୍ସଅପ୍) ହୋଇଛନ୍ତି। ଏହି ଅବସରରେ ସୁଶାନ୍ତ ପ୍ରଧାନ ଟିମ୍ ମ୍ଯାନେଜର, ଅଜୟ ବିଶ୍ଵାଳ ଓ ରେଖାରାଣୀ ଦେଓ ଟିମ୍ କୋଚ ଭାବରେ ଅଂଶ ଗ୍ରହଣ କରିଥିଲେ ।

ସମସ୍ତ ଖେଳାଳି ମହାରାଜଙ୍କ ବାଳକ ଉଚ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ କାଶିନଗର,ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ,ରାମଗିରି, ସରକାରୀ ଉଚ୍ଚ ବିଦ୍ୟାଳୟ ବୋମିକା, ସରକାରୀ ଉଚ୍ଚ ବିଦ୍ୟାଳୟ ଶରଧାପୁର, ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ, ନୀଳମଣି ଉଚ୍ଚ ବିଦ୍ୟାଳୟ ନାରାୟାଣପୁର, ଆର୍ ଏମ୍ ଉଚ୍ଚ ବିଦ୍ୟାଳୟ ଖରଶଣ୍ଡାର ଖେଳାଳି ଅଟନ୍ତି । ତେବେ ଖେଳାଳିଙ୍କ ଏହି ସଫଳତାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ ଏବଂ ଭାରପ୍ରାପ୍ତ କ୍ରୀଡାଧିକାରୀ ସୁରେନ୍ଦ୍ର କୁମାର ପାତ୍ର ସେମାନଙ୍କୁ ଶୁଭେଛା ଜଣାଈଛନ୍ତି । ଏହି ଟିମର ନେତୃତ୍ବ ନେଇଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରିଡାଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ଅଜୟ ବିଶ୍ଵାଳ, ରେଖାରାଣୀ ଦେଓ, ଦର୍ଶିତା ପଟନାୟକ, ଧିରେନ୍ଦ୍ର ସମାଲ, ଡିଲେଶ୍ଵର ତୃଣ, ଅମ୍ବିକା ପ୍ରସାଦ ଶେଠୀ, ଲିଙ୍ଗରାଜ ସାହୁ, ପ୍ରତୀକ କୁମାର ପାହାଡଶିଙ୍ଗ, ରାମକୃଷ୍ଣ ପାଣିଗ୍ରାହୀ ।

ରାଜ୍ୟସ୍ତରୀୟ ମ୍ୟାଚ୍ ଖେଳି ଖେଳାଳିମାନେ ପାରଳାଖେମୁଣ୍ଡିସ୍ଥିତ ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ ଉପସ୍ଥିତ ଅତିଥି । ତେବେ ଦଳକୁ ତାଲିମ ପ୍ରଦାନ କରିବା ପାଇଁ ସୁଯୋଗ ପ୍ରଦାନ କରିଥିବାରୁ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେର।ଙ୍କୁ ଜିଲ୍ଲା କ୍ରୀଡା ବିଭାଗ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା