ଓଡିଶା

ଦୁଇ ଦିନିଆ କେନ୍ଦ୍ରୀୟ ଯୋଜନା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ…

ପାରଳାଖେମୁଣ୍ଡି : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ବ୍ରହ୍ମପୁର ଶାଖା ତରଫରୁ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଚାଲିଥିବା କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ଏବଂ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ମିଶନ ଲାଇଫ୍ ଶୀର୍ଷକ ଏକ ଜନ ସଚେତନତା ଓ ଫଟୋ ଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ସଫଳତାର ସହ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆୟୋଜିତ ଏକ ବିଶାଳ ସଚେତନତା ସୃଷ୍ଟିକାରୀ ପଦଯାତ୍ରାକୁ ସ୍ଥାନୀୟ ମାନ୍ୟବର ବିଧାୟକ କେ.ନାରାୟଣ ରାଓ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରାକୁ ଭାରତ ସରକାରଙ୍କ ବ୍ରହ୍ମପୁର କ୍ଷେତ୍ର ପ୍ରଚାର ଅଧିକାରୀ ମନମୋହନ ପାଢ଼ୀ ସଂଚାଳନା କରିଥିଲେ ।

ପ୍ରଥମ ଦିନର କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜଙ୍ଗଲ ଓ ପରିବେଶ କାର୍ଯ୍ୟାଳୟର ଅତିରିକ୍ତ ବଣ ସଂରକ୍ଷକ ଅଧିକାରୀ ଅନୁପ କୁମାର ବେହେରା ଏବଂ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା ଯୋଗଦେଇ କେନ୍ଦ୍ର ସରକାରଙ୍କ ଗତ ୯ ବର୍ଷ ସେବ ସୁଶାସନ ଓ ଗରୀବ କଲ୍ୟାଣ ଯୋଜନା ଏବଂ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି କାର୍ଯ୍ୟକ୍ରମର ଦ୍ବିତୀୟ ତଥା ଉଦଯାପନୀ ଦିନରେ ଆୟୋଜିତ ଆଲୋଚନାଚକ୍ରରେ ରାଷ୍ଟ୍ରପତି ପଦକପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍ ବିନୋଦ ଚନ୍ଦ୍ର ଜେନା, ବିଶିଷ୍ଟ ଗବେଷକ ତଥା ଅବସରପ୍ରାପ୍ତ ରାଜସ୍ବ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟ ବିଚିତ୍ରାନନ୍ଦ ଵେଵର୍ତା ପ୍ରମୁଖ ଯୋଗଦାନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏବଂ ପରିବେଶ ସୁରକ୍ଷା ଉପରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ବିଭାଗୀୟ କଳାକାରମାନଙ୍କ ଦ୍ବାରା କଣ୍ଢେଇ ନାଚ, କାଲାଘୁଡୁକି, ଦେଶାତ୍ମବୋଧକ ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଦୁଇ ଦିନିଆ କେନ୍ଦ୍ରୀୟ ଯୋଜନା ସଚେତନତା କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହରର ବିଭିନ୍ନ ବର୍ଗର ଶହଶହ ଲୋକ ଅତି ଉତ୍କଣ୍ଠାର ସହିତ ଯୋଗାଯୋଗ ଦେଇଥିଲେ ।

ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା