ଶିକ୍ଷା, ଖେଳକୁଦ, ନୃତ୍ୟ, ସଙ୍ଗୀତ ହେଉଛି ମାନବ ସମାଜ ପାଇଁ ବରଦାନ…

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତର ଷୋଳପଦା ମହାବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଅଧ୍ୟାପିକା କଲ୍ୟାଣୀ ରୂପା ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ । ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଠମଲ୍ଲିକ ଉପଜିଲ୍ଲାପାଳ ଡକ୍ଟର ଜୀତେନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟର୍ପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଷୋଳପଦା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧକ୍ଷ ପ୍ରବୀଣ କୁମାର ସାହୁ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଜୀବନରେ ଶିକ୍ଷା, ଖେଳକୁଦ, ନୃତ୍ୟ, ସଙ୍ଗୀତ ହେଉଛି ମାନବ ସମାଜ ପାଇଁ ବରଦାନ ବୋଲି କହିଥିଲେ ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ରାଜନୀତି ବିଜ୍ଞାନର ଅଧ୍ୟାପକ ସରୋଜ କୁମାର ଦାସଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ରିପୋର୍ଟ : ଆଠମଲ୍ଲିକରୁ ଧନଞ୍ଜୟ ନାୟକ