ହର ସାହୁଙ୍କ ରଣହୁଙ୍କାରରେ ଗର୍ଜିଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ…

କୋଦଳା : କେଦଳାରେ ସଂଗଠିତ ହେଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ତିନି ହଜାରରୁ ଉର୍ଦ୍ଧ୍ବ ଯୁବକ । କବିସୂର୍ଯ୍ୟନଗର ଯୁବ ସଂଗଠନର ସଭାପତି ରଂଜିତା ସାହୁଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଯୁବ ସଂଗଠନ ଏକ ବିଶାଳ ରାଲିରେ ପ୍ରଥମେ କୋଦଳା ସ୍ଥିତ ବାବା ଦାଣ୍ଡେଶ୍ୱରଙ୍କ ପୀଠରୁ ବାହାରି କୋଦଳା ପରିକ୍ରମା କରିବା ସହିତ କୋଦଳା ସ୍ଥିତ ଗେଷ୍ଟ ହାଉସରେ ପହଞ୍ଚିଥିଲେ । ସେଠାରେ ଏକ ବିଶାଳ ସମାବେଶ ଆୟୋଜିତ ହୋଇଥିଲା । ପରେ କୋଦଳାର ପୂର୍ବତନ ନଗରପାଳିକା ସୁନୀତା ପ୍ରଭା ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ହର ପ୍ରସାଦ ସାହୁ ଯୋଗ ଦେଇ ଯୁବକମାନଙ୍କ ଉଦ୍ଦେଶ୍ୟରେ ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବକମାନେ ସଂଗଠିତ ହେଲେ ଦେଶ ତଥା ଜାତିର ଟେକ ରଖିବା ସହିତ ଦୁର୍ନୀତି, ଅନ୍ୟାୟ ଅନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନିଜ ମାଟିର ସ୍ୱାଭିମାନ ରକ୍ଷା ହୋଇ ପାରିବ ବୋଲି କହିଥିଲେ ଶ୍ରୀ ସାହୁ । ଏହା ସହ ଯୁବକ ଜାଗ୍ରତ ହେଲେ ସବୁ କ୍ଷେତ୍ରରେ ସମାଜ ପରିବର୍ତ୍ତନ ହେବା ଆବସମ୍ଭାବି ବୋଲି ବକ୍ତବ୍ୟ ରଖିଥିଲେ ବରିଷ୍ଠ ବିଜେଡି ନେତା ହର ସାହୁ । ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଭାବେ ଆତିଥ୍ୟ ଲାଭ କରି ନିଜର ରାଜନୈତିକ ଅଭିସନ୍ଧି ସମ୍ପର୍କରେ ମନ୍ତବ୍ୟ ରଖିଥିଲେ ବରିଷ୍ଠ ସଂଗଠକ ତଥା ବିଜେଡି ନେତା ବିଜୟ କହ୍ନର । ଯୁବ ସଂଗଠନ ନିମନ୍ତେ ଦୀର୍ଘ ଦିନର ଅଭିଜ୍ଞତାକୁ ନିଜର ଓଜସ୍ୱୀ ଭାଷଣ ମାଧ୍ୟମରେ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଯୁବ ସଂଗଠନର ଭାବଭଙ୍ଗୀକୁ ଅତି ନିଆରା ଢଙ୍ଗରେ ପାଳନ କରିଥିଲେ ଯୁବ ସଂଗଠନର ସମସ୍ତ କର୍ମକର୍ତା ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ