କ୍ୟାରେଟଲେନ୍ ଆଣିଛି ଦୁର୍ଗାପୂଜା ଉପହାର…

ଭୁବନେଶ୍ୱର : ତନିସ୍କର ପାର୍ଟନରସିପ୍ ଷ୍ଟୋର ତଥା ଦେଶର ଅନ୍ୟତମ ଅଗଣ୍ର ନିର୍ମାତା କ୍ୟାରେଟଲେନ୍ ପାର୍ବଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି । ପୂଜା ଅବସରରେ କମ୍ପାନି ପକ୍ଷରୁ ଏକ ଆକର୍ଷଣୀୟ କଲେକ୍ସନ ‘ଆଲପୋନା’ର ବଜାର ପ୍ରବେଶ କରାଯାଇଛି । ଏହାସହିତ ମନଲୋଭା ଡିଜାଇନଗୁଡିକରେ ଆକର୍ଷଣୀୟ ଅଫର୍ ଆଣିଛି ଷ୍ଟୋର ।
ପାରମ୍ପରିକ ବେଙ୍ଗଲୀ ଆର୍ଟ ଷ୍ଟାଇଲ୍ ଏବଂ ୮ଟି ସ୍ୱତନ୍ତ୍ର ଭାବରୁ କ୍ୟାରେଟଲେନର ଏହି ନୂଆ କଲେକ୍ସନ ‘ଆଲପୋନା’ ପ୍ରେରିତ । ପାର୍ବଣକୁ ଅଧିକ ଉତ୍ସବମୁଖର କରିବା ପାଇଁ କ୍ୟାରେଟଲେନ୍ ୪୦୦୦ରୁ ଊଦ୍ଧ୍ୱର୍ ଡିଜାଇନ ହୀରା ମୂଲ୍ୟ ଉପରେ ଫ୍ଲାଟ୍ ୨୫% ରିହାତି ପ୍ରଦାନ କରୁଛି । ଏହାସହିତ ପୁରୁଣା ସୁନା ଏକ୍ସଚେଞ୍ଜରେ ଗ୍ରାହକଙ୍କୁ ଏହା ‘ଜିରୋ ଡିଡକ୍ସନ’ ସୁବିଧା ଦେଉଛି । ଏଣୁ ଚଳିତ ପାର୍ବଣରେ କ୍ୟାରେଟଲେନ୍ ଗହଣା କ୍ରୟ ପାଇଁ ଉପଯୁକ୍ତ ସ୍ଥଳ ପାଲଟିଛି ।

କ୍ୟାରେଟଲେନରେ ୫,୦୦୦ ଟଙ୍କାରୁ ଆରମ୍ଭ କରି ବ୍ୟାପକ ରେଞ୍ଜ୍ ଡିଜାଇନ ରହିଛି । ଗ୍ରାହକଙ୍କ ସୁବଧା ପାଇଁ ଭୁବନେଶ୍ୱରରେ କ୍ୟାରେଟଲେନର ଏବେ ୪ଟି ଷ୍ଟୋର ରହିଛି । ସମଗ୍ର ଦେଶରେ ୨୪୦ରୁ ଊଦ୍ଧ୍ୱର୍ ଷ୍ଟୋର ରହିଛି । ଗ୍ରାହକ ଏହି ଷ୍ଟୋରଗୁଡ଼ିକୁ ଯାଇ ନିଜ ପସନ୍ଦର ଗହଣା କିଣପାରିବେ କିମ୍ବା କମ୍ପାନିର ‘ଟ୍ରାଏ ଆଟ୍ ହୋମ୍’ ସେବାର ଲାଭ ଉଠାଇପାରିବେ । ଅଧିକ ବିକ୍ରି ହେଉଥିବା ଡିଜାଇନଗୁଡ଼ିକ ପାଇଁ କ୍ୟାରେଟଲେନ୍ ୨୪ରୁ ୪୮ ଘଂଟା ମଧ୍ୟରେ ତ୍ୱରିତ ଡେଲିଭରୀ ସୁବଧା ପ୍ରଦାନ କରୁଛି । କ୍ୟାରେଟଲେନ୍ ହେଉଛି ତନିସ୍କର ପାର୍ଟନରଶିପ୍ ଏବଂ ଭାରତର ପ୍ରଥମ ଓମ୍ନି-ଚ୍ୟାନେଲ ଗହଣା ବ୍ରାଣ୍ଡ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ