ଓଡିଶା କଳା ସଂସ୍କୃତି

ଶାରଦୀୟ ଆଗମନରେ ଖିଲି ଖିଲି ହୋଇ ନାଚି ଉଠୁଛି କାଶତଣ୍ଡୀ…

ସାଲେପୁର : ନିର୍ମଳ ଆକାଶରେ ଭସା ବାଦଲର ଛାୟାରେ ଖିଲି ଖିଲି ହୋଇ ହସୁଛି କାଶତଣ୍ଡୀ । ଦଦୁଲ୍ୟମାନ ଅବସ୍ଥାରେ କାଶତଣ୍ଡୀ ନାଚି ନାଚି ଶରତ ଋତୁ ସାଙ୍ଗରେ ଶାରଦୀୟ ସମ୍ଭାର ନେଇ ଆସିଛି । ଧରିତ୍ରୀ ମାତାର ବକ୍ଷକୁ ଧୋବଳ ଚାଦରରେ ଢାଙ୍କି ମା ଦଶଭୁଜା ଦୁର୍ଗାଙ୍କୁ ଆମନ୍ତ୍ରଣ କରିଥାଏ କାଶତଣ୍ଡି ରାଣୀ । କାଶତଣ୍ଡୀ ଫୁଲ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି l ଶରତ ଆସିଲେ ରାସ୍ତା କଡ଼ ନଈ ପଠାମାନଙ୍କରେ ଦେଖିବାକୁ ମିଳିଥାଏ କାଶତଣ୍ଡୀର ସମ୍ଭାର । କୁହାଯାଏ କାଶତଣ୍ଡୀ ଫୁଲର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମା ଦଶଭୁଜା ଦୁର୍ଗା l ମାଙ୍କ ଆଗମନରେ ଧୋବ ଫର ଫର ଚାଦରରେ ଧରଣୀର ଶୋଭା ମଣ୍ଡନ କରୁଥିବା କାଶତଣ୍ଡୀକୁ ଦେଖିଲେ କବି ମନ ମଧ୍ୟ ଉତଫୁଲିତ ହୋଇ ଉଠେ ଏବଂ କବି ଲେଖନୀରୁ ଆପେ ଆପେ ଝରିପଡେ କବିତାର ନିର୍ଝରିଣୀ ।

କଟକ ଜିଲ୍ଲା ମହାନଦୀ ଓ ଚିତ୍ରୋତ୍ପଳା ନଦୀ ପଠା ଓ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଦୃଶ୍ୟମାନ ହୋଇଥାଏ ଏହି କାଶତଣ୍ଡୀର ସମ୍ଭାର । ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡିତ, ରେଖାପଞ୍ଚମୀରେ କାଶତଣ୍ଡୀ ଫୁଲର ବେଣୀ ଘର କବାଟରେ ବାନ୍ଧି ପୂଜା କରାଯାଏ l ଶରତ ଋତୁର ଆଗମନରେ ଶାରଦୀୟ ଦୁର୍ଗା ପୂଜାର ପ୍ରତୀକ ଭାବେ କାଶତଣ୍ଡୀ ଫୁଲ ଜନମାନସକୁ ବିମୋହିତ କରିଥାଏ l

ରିପୋର୍ଟ : ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା