ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଠମଲ୍ଲିକ : ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବପାଳ ଗ୍ରାମ ପଂଚାୟତ ଏବଂ ଧଡରପାଳ ଗ୍ରାମ ପଞ୍ଚାୟତରେ ଦୁଇ ଦିନ ଧରି ସଂଗ୍ରାମ ସେନା ପକ୍ଷରୁ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସଂଗ୍ରାମ ସେନାର ସଭାପତି ସଂଗ୍ରାମ ମହାପାତ୍ରଙ୍କ ନେତୃତ୍ବରେ ଏହି ବିରାଟ ଶୋଭାଯାତ୍ରା ଚମ୍ପାପୁରଠାରୁ ବାହାରି ଅମ୍ବପାଳ ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ସ୍ୱତନ୍ତ୍ରତା ପାଇଁ ବଳିଦାନ ଦେଇଥିବା ବୀର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଅଭିଯାନରେ ସମସ୍ତ ଗ୍ରାମବାସୀ ଯୋଗ ଦେଇ ଦିଲ୍ଲୀରେ ହେବାକୁ ଥିବା ‘ଅମୃତ ବାଟିକା’ ପାଇଁ ପ୍ରତ୍ୟେକ ଘର ଘର ବୁଲି ଅମୃତ କଳସରେ ମାଟି ସଂଗ୍ରହ କରିଥିଲେ । ଏହି ଅଭିଯାନରେ ବିପିନ ପ୍ରଧାନ, ଅରବିନ୍ଦ ବଘାର, ପ୍ରଫୁଲ୍ଲ ମାଝୀ, ମହେଶ୍ୱର ଛତ୍ରିଆ, ଜନାର୍ଦ୍ଦନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଆଠମଲ୍ଲିକରୁ ଧନଞ୍ଜୟ ନାୟକ