ଦେଶ ବିଦେଶ

‘ଅପରେସନ୍ ଅଜୟ’ । ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଭାରତ ଫେରିଛନ୍ତି ୨୧୨ ଜଣ ଭାରତୀୟ…

‘ଅପରେସନ୍ ଅଜୟ’ ଜରିଆରେ ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଭାରତ ଫେରିଛନ୍ତି ୨୧୨ ଜଣ ଭାରତୀୟ । ଆଜି ସକାଳୁ ଭାରତରେ ଅବତରଣ କରିଛନ୍ତି ସେମାନେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏୟାରପୋର୍ଟରେ ଉପସ୍ଥିତ ରହି ଭାରତ ଫେରିଥିବା ନାଗରିକଙ୍କୁ ସ୍ୱାଗତ ଜଣାଇଛନ୍ତି ।

ଅପରେସନ୍ ଅଜୟରେ ସ୍ୱଦେଶ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କ ଲାଗି ଇସ୍ରାଏଲରୁ ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର । ସେପଟେ ତେଲ୍-ଅଭିଭ୍ ଓ ରାମାଲାରେ ସହାୟତା ଓ ପଞ୍ଜୀକରଣ ବ୍ୟବସ୍ଥା ହୋଇଥିବା ବେଳେ ଦିଲ୍ଲୀରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍ ।

ତଥ୍ୟ ଅନୁସାରେ, ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ରହୁଥିବା ଜଣାପଡିଛି । ତେବେ ସୁରକ୍ଷିତ ଭାବେ ଇସ୍ରାଏଲରୁ ନିଜ ଦେଶକୁ ଫେରିଥିବା ଭାରତୀୟମାନେ କେନ୍ଦ୍ର ସରକାରଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ଗତ ଶନିବାରଠାରୁ ଇସ୍ରାଏଲ ଓ ହାମାସା ମଧ୍ୟରେ ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ଉଭୟ ପକ୍ଷର ବହୁ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବହୁ ଭାରତୀୟ ବି ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବାକୁ ଭାରତ ସରକାର ତତ୍ପରତା ପ୍ରକାଶ କରିଛନ୍ତି ।  

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।