ଓଡିଶା

ମିଶନ ଶକ୍ତି ସ୍କୁଟର ଯୋଜନାରେ ଗଜପତି ଜିଲ୍ଲାର ୨୧୦୦ ଜଣ ସଦସ୍ୟାଙ୍କୁ ମିଳିଛି ସ୍କୁଟର…

ଗଜପତି : ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ରାଜ୍ୟ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼.ଗୁଣନିଧି ନାୟକ, କାଉନସିଲର ସୁଜିତ୍ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଗଜପତି ଜିଲ୍ଲାର ୨୧୦୦ ଜଣ ସଦସ୍ୟାଙ୍କୁ ସ୍କୁଟର ଯୋଗାଇ ଦେବା ପାଇଁ ଧାର୍ଯ୍ୟ କରାଯାଇଛି । ଜିଲ୍ଲାର ୭ଟି ବ୍ଲକର ୭୫ଜଣଙ୍କୁ ଅତିଥିମାନଙ୍କ ଦ୍ଵାରା ସ୍କୁଟର ପ୍ରଦାନ କରାଯାଇଛି । ଏହା ଦ୍ବାରା ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ (ଏମବିକେ, ସିଆରପି, ବ୍ୟାଙ୍କ୍ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର) ଏବଂ ଇସି ସଦସ୍ୟାମାନେ ଗାଁ ଗାଁ ବୁଲି ଉତ୍ତମ ସେବା ଯୋଗାଇ ପାରିବେ । ଏଥିପାଇଁ ଓଡ଼ିଶା ସରକାର ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏହାକୁ ୪ ବର୍ଷ ମଧ୍ୟରେ ଅର୍ଥାତ ୪୮ଟି କିସ୍ତିରେ ଋଣ ପରିଶୋଧ କରିବେ ହିତାଧିକାରୀ ।

ଆୟୋଜିତ କାର୍ଯ୍ୟକ୍ରମରେ ମିଶନ ଶକ୍ତି ଡିପିଏମ୍, ଟିମନ୍ ବରା, ସମସ୍ତ ବ୍ୟାଙ୍କ ମ୍ୟାନେଜର, ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା