ପ୍ରେମ ପାଇଁ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ମହିଳାଙ୍କ ଗିରଫ ଦାବି କଲେ ଗ୍ରାମବାସୀ….

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରୀ ପଂଚାୟତର କନ୍ୟାରିବାଡି ଗ୍ରାମର ସୁଶୀଲ କୁମାର ମହାନ୍ତିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅନ୍ୟ ଜଣେ ଆସାମୀକୁ ପୋଲିସ କାହିଁକି ଗିରଫ କରୁନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ନେଇ ଗ୍ରାମର ମହିଳା ଓ ପୁରୁଷ ବେଗୁନିଆପଡା ଥାନା ଘେରାଉ କରି ଅଭିଯୋଗ କରିଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁମଣ୍ଡଳ ପଂଚାୟତର ଭଲ୍ୟାଝର ଗ୍ରାମର ମନୋଜ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚଲାଣ କରାଯାଇଥିବା ବେଳେ ମାମଲାରେ ପରକ୍ରିୟା ପ୍ରୀତିରେ ଥିବା ମହିଳାଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଘଟଣାରେ ଥାନା ଅଧିକାରୀ ମଞ୍ଜରୀ ନାୟକ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ତଦନ୍ତ ଚାଲୁ ରହିଛି ପ୍ରକୃତ ପ୍ରମାଣ ପାଇଲେ ସମସ୍ତଙ୍କୁ ଗିରଫ କରାଯିବ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ସୂଚନା ଅନୁଯାୟୀ, ମନୋଜ ଓ ସୁଶିଲ କନ୍ୟାରିବାଡି ଗ୍ରାମର ଜନୈକ ମହିଳାଙ୍କୁ ପ୍ରେମ କରିଆସୁଥିଲେ । ଗତ ୪ ତାରିଖ ଦିନ ରାତିରେ ମନୋଜ ଓ ସୁଶୀଲଙ୍କ ମଧ୍ୟରେ ଏ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ମନୋଜ ଏକ କଟୁରୀ ସାହାଯ୍ୟରେ ସୁଶୀଲକୁ ଅତି ନିର୍ମମ ଭାବେ ହତ୍ୟା କରି ସେଠାରୁ ଫେରାର୍ ହୋଇଯାଇଥିଲା । ଏ ନେଇ ପୋଲିସ ପକ୍ଷରୁ ମନୋଜ ସାହୁ ନାମରେ କେଶ୍ ନମ୍ୱର୍ ୩୯୪/୨୦୨୩ରେ ମାମଲା ରୁଜ୍ଜୁ ହୋଇ ତାକୁ କୋର୍ଟ ଚାଲାଣ କରାଯାଇଛି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ