ଓଡିଶା

କୋରାପୁଟରେ ସିଡି ବାନ୍ଧୁଛି ବିଜେଡି…

କୋରାପୁଟ : କୋରାପୁଟ ଜିଲ୍ଲା ବିଜେଡି ଦଳରେ କିଛି ଦଳୀୟ ଦାଇତ୍ୱରେ ପରିବର୍ତ୍ତନ କରାଯାଇଛି । ଆଗାମୀ ୨0୨୪ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ବିଜେଡି ମୁଖିଆଙ୍କ ନିର୍ଦେଶ କ୍ରମେ ଜିଲ୍ଲାସ୍ତରରେ ହୋଇଛି କିଛି ଫେରବଦଲ l ଜିନ ହିକକାଙ୍କୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ମିଳିଥିବା ବେଳେ, କୋଟପାଡ଼ର ପଙ୍କଜ ପାତ୍ରଙ୍କୁ ଉପ-ସଭାପତି, ବିରେନ ବିଶୋଇ ଏବଂ ଶିବ ପଟ୍ଟନାୟକଙ୍କୁ ସାଧାରଣ ସମ୍ପାଦକ ଦାଇତ୍ୱ ମିଳିଛି । ସେହିପରି ପ୍ରଶାନ୍ତ ମହାନ୍ତି, ପ୍ରଦୀପ ବକ୍ସି ଏବଂ ଗୋପାଳ ଲାଲ ସିଂଦେଓଙ୍କୁ ସମ୍ପାଦକ, ମନୋଜ ବିଶୋଇଙ୍କୁ ସହ ସମ୍ପାଦକ ଏବଂ କୋଟପାଡ଼ ବ୍ଲକ ବିଜେଡି ସଭାପତି ଦାଇତ୍ୱ ତପନ ପାଣିଗ୍ରାହୀଙ୍କୁ ମିଳିଛି । ଅପରପକ୍ଷେ କାର୍ଯ୍ୟକାରିଣୀ ସଭାପତି ଦାଇତ୍ୱ ଏମ. ଡି. ସଲିମ କୁ ମିଳିଛି । ଏହାସହ କୋଟପାଡ଼ NAC ସଭାପତି ଦାୟିତ୍ବ ଅରିଫ ପଟେଲଙ୍କୁ ମିଳିଥିବା ବେଳେ ମିଡ଼ିଆ ସଂଯୋଜକ ଦାୟିତ୍ୱ ହେମନ୍ତ ପାତ୍ରଙ୍କୁ ମିଳିଛି ।

ପୁରୁଖା ନେତାଙ୍କୁ ନୂତନ ଦାଇତ୍ବଭାର ମିଳିଥିବା ବେଳେ ଯୁବ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ମନୋନୀତ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଶେଷ କରି ଶିବ ପଟ୍ଟନାୟକ, ଯାହାଙ୍କୁ ଯୁବ ଗୋଷ୍ଠୀଙ୍କ ଆଇକନ କୁହାଯାଏ ତାଙ୍କୁ ସାଧାରଣ ସମ୍ପାଦକ ଦାଇତ୍ୱ ମିଳିଥିବାରୁ ଏ ନେଇ ଯୁବ ବିଜେଡି ଦଳରେ ବିଶେଷ ଉତ୍ସହ ଦେଖିବାକୁ ମିଳିଛି  l ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମନୋନୀତ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ, 5T ସଚିବ ଭି.କେ. ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ, ଜିନ ହିକକା ଏବଂ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଉନ୍ନତି ମୂଳକ କାର୍ଯ୍ୟର ସଚେତନତା କରାଇବା ସହ, ୨0୨୪ ସାଧାରଣ ନିର୍ବାଚନରେ ବିପୁଳ ମାତ୍ରାରେ ବିଜୁ ଜନତା ଦଳକୁ ବିଜୟୀ କରିବାର ଶପଥ ନେଇଥିଲେ କର୍ମୀ ।

ରିପୋର୍ଟ : କୋଟପାଡରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା