ଓଡିଶା ଯ଼ୋଗାଯ଼ୋଗ

ଦାଣ୍ଡିଆ ସହିତ ରୋମାଞ୍ଚକର ଅନୁଭୂତି ଦେବ ପୁରୀର ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ।

ଭୁବନେଶ୍ୱର : ଓଡିଶାର ସର୍ବବୃହତ୍ ଓ୍ବାଟର ପାର୍କ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ଏବଂ ରିସର୍ଟ, ମାଳତିପାଟପୁର, ପୁରୀଠାରେ ପାଞ୍ଚ ଦିନ ପାଇଁ ଦାଣ୍ଡିଆ ଅନୁଷ୍ଠିତ ହେବ । ଓ୍ବାଣ୍ଡର୍ ଓ୍ବାର୍ଲଡ ଓ୍ବାଟର ପାର୍କର ଅଧ୍ୟକ୍ଷ ନାରାୟଣ ପାତ୍ର ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଆସନ୍ତା ଅକ୍ଟୋବର ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ୩ ଟାରୁ ୬ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଲାଇଭ୍ ଅଭିନେତା, ଡିଜେ, ଇଡିଏମ୍ ବିଟ୍, ସୁପ୍ରସିଦ୍ଧ ଗାୟକ ଏବଂ ସୁସ୍ୱାଦୁ ନବରାତ୍ର ସ୍ୱତନ୍ତ୍ର ଖାଦ୍ୟ ଉପଲବ୍ଧ ରହିବ । ଏଥିପାଇଁ ଗ୍ରାହକଙ୍କୁ ଭିଆଇପି ଟିକେଟ୍ ବାବଦକୁ ୧୦୪୯ ଟଙ୍କା ଏବଂ ନିୟମିତ ଟିକେଟ୍ ପାଇଁ ୭୯୯ ଟଙ୍କା ଜେବାକୁ ପଡିବ ।

ଏହି ଅବସରରେ ବୋଟିଂ ଏବଂ ଜୋର୍ବିଙ୍ଗଠାରୁ ଆରମ୍ଭ କରି ଆରାମଦାୟକ ମଦ କର୍ଣ୍ଣର ସହ ସମସ୍ତ ୱାଟର ରାଇଡ୍ସ, ପ୍ରବେଶ, ପାର୍କିଂ ପର୍ଯ୍ୟନ୍ତ ଭିଆଇପି ଟିକେଟଧାରୀ ପ୍ରକୃତ ପ୍ରିମିୟମ୍ ଅଭିଜ୍ଞତା ଉପଭୋଗ କରିବେ । ଏଥିରେ ଦାଣ୍ଡିଆ ଉତ୍ସବ ସାଙ୍ଗକୁ ୱାଟର ପାର୍କର ସତେଜ ରୋମାଞ୍ଚ ଉଭୟ ଦୁନିଆର ସର୍ବୋତ୍ତମ ଉପଲବ୍ଧି ପ୍ରଦାନ କରାଯିବ ବୋଲି କହିଛନ୍ତି ଓ୍ବାଣ୍ଡର୍ ଓ୍ବାର୍ଲଡ ଓ୍ବାଟର ପାର୍କର ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ପାତ୍ର ।

ପାର୍ବଣର ରୋମାଞ୍ଚ ସହ ଖାଦ୍ୟର ପସରା ଯଥା ଆଳୁ ଟିକି, ଚାଟ୍, ଢୋକଲା, କଚୋଡି, ମୁଗଡାଲ୍ ହାଲୱା ଏବଂ ପନିର ଉତ୍ଥପମ୍ ପରି ସ୍ୱତନ୍ତ୍ର ନବରାତ୍ରୀ ଆନନ୍ଦ ସହିତ ଉତ୍ସବରେ ଅନନ୍ୟ ଅନୁଭୂତି ପ୍ରଦାନ କରାଯିବ । ସାମ୍ବାଦିକ ସମ୍ମିଳନୀରେ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କର ଉପସଭାପତି ବିଭୁତେନ୍ଦ୍ର ମହାପାତ୍ର, ସାଧାରଣ ସଂମ୍ପାଦକ ରାଧାରମଣ ନାୟକ, ପ୍ରଦ୍ୟୁମ୍ନ ମିଶ୍ର (ମୁଖ୍ୟ ସଂମ୍ପାଦକ,ଅମୃତ ନିୟୁଜ୍) ପ୍ରମୁଖ ଉପସ୍ଥିତ ଥିଲେ । ଅନଲାଇନରେ ନବରାତ୍ରୀ ଟିକେଟ୍ ସୁରକ୍ଷିତ କରିବା ପାଇଁ ୟୋଗାୟୋଗ ନମ୍ବର ହେଲା ୧୮୦୦ ୧୨୦ ୦୦୬୬ ଏବଂ ୮୧୪୪୯୧୬୯୪୬ ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା