ଓଡିଶା

ବେଗୁନିଆପଡା ବ୍ଲକରେ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘର ମୁଖ୍ୟ ସଂଯୋଜିକାଙ୍କୁ ସମ୍ବର୍ଦ୍ଧନା…

ବେଗୁନିଆପଡା : ବିଜୁ ଶ୍ରମିକ ସାମୁଖ୍ୟରେ ସହବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘର ମୁଖ୍ୟ ସଂଯୋଜିକା ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ଜଣଙ୍କୁ ନିଯୁକ୍ତି ଦେଇଥିବା ବେଳେ ସେଥିମଧ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ରହିଛନ୍ତି । ଏ ନେଇ ବେଗୁନିଆପଡା ବ୍ଲକ ସଙ୍ଘ ତରଫରୁ ବ୍ଲକ ପରିସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା । ଏଥିରେ ବିଧାୟିକାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବେଗୁନିଆପଡା ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଧନ୍ୟବାଦ ଦେଇଥିଲେ ବିଧାୟିକା । ଏଥିସହ ଆଗାମୀ ଦିନରେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ଆପୋଷ ସମାଧାନ କରାଯିବା ସହ ଆବଶ୍ୟକ ସ୍ଥଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ନ୍ୟାର୍ଯ୍ୟ ଦାବି ଉପସ୍ଥାପନ କରି ହାସଲ କରିବା ପାଇଁ ସଂଗ୍ରାମ ମଧ୍ୟ କରାଯିବ ବୋଲି କହିଥିଲେ ବିଧାୟିକା । କାର୍ଯ୍ୟକ୍ରମରେ ସଂଘର ସଭାପତି ତ୍ରିବେଣୀ ନାୟକ, ସମ୍ପାଦକ ମିନତୀ ମହାନ୍ତି, ଉପସଭାପତି ରୀତା ରାଣୀ ମିଶ୍ର, ସହ ସମ୍ପାଦକ ନନ୍ଦିନୀ ଜେନା ଓ କୋଷାଧକ୍ଷ କୁନା କୁମାରୀ ଦାସଙ୍କ ନେତୃତ୍ୱରେ ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା