ଟ୍ରେଣ୍ଟିଂ ଦେଶ ବିଦେଶ

ସିକିମରେ ବାଦଲ ଫଟା ବର୍ଷା । ନଦୀର ପ୍ରଖର ସ୍ରୋତରେ ଭାସିଗଲେ ୨୩ ଯବାନ…

ବାଦଲ ଫଟା ବର୍ଷା ଯୋଗୁଁ ସିକିମରେ ବନ୍ୟା ପରିସ୍ଥିତି । ତିସ୍ତା ନଦୀରେ ଅଚାନକ କାଦୁଅ ମିଶା ବନ୍ୟା ପାଣି ମାଡ଼ି ଆସିବାରୁ ଭାସିଯାଇ ନିଖୋଜ ଅଛନ୍ତି ପ୍ରାୟ ୨୩ ଯବାନ । ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହେବାରୁ ଆଖପାଖ ରାଜ୍ୟରୁ ସେନା ଯବାନ ସିକିମରେ ପହଞ୍ଚୁଥିବା ଜଣାଯାଇଛି । ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବା ବେଳେ ଯାନବାହାନ ଭାସିଯାଇଛି । ସିଙ୍ଗତମ ନିକଟରେ ବାରଦାଙ୍ଗ ଠାରେ ସେନା କ୍ୟାମ୍ପ ପ୍ରଭାବିତ ହୋଇଛି । ବାଦଲ ଫଟା ବର୍ଷା ଯୋଗୁଁ ଲାଚେନ ଉପତ୍ୟକା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

ଉତ୍ତର ସିକ୍କିମର ହୋନକ ହ୍ରଦରେ ବାଦଲ ଫଟା ବର୍ଷା ହୋଇଛି । ଅପରପକ୍ଷେ ଚୁଙ୍ଗଥାଙ୍ଗ ଡ୍ୟାମର ଗେଟ୍ ଖୋଲା ଯିବା ଫଳରେ ତିସ୍ତା ନଦୀରେ ଜଳସ୍ତର ହଠାତ ବୃଦ୍ଧି ପାଇଛି । ତଳିଆ ଅଞ୍ଚଳରେ ୧୫ରୁ ୨୦ଫୁଟ୍ ଜଳସ୍ତର ବଢ଼ିଯାଇଛି । ଡ୍ୟାମର ଗେଟ୍ ଖୋଲି ଦିଆଯିବା ପରେ ବିଭିନ୍ନ ଅଂଚଳରେ କାଦୁଅ ମିଶା ପାଣି ମାଡ଼ିଯାଇଛି । ଅନେକ ସ୍ଥାନରେ ପୋଲ ଭାସିଯାଇଥିବା ବେଳେ ରାସ୍ତା ମଧ୍ୟ ଭାସିଯାଇଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ତେବେ ଫ୍ଲାସ୍‌ ଫ୍ଲଡ କାରଣରୁ ୨୩ ଯବାନଙ୍କ ସମେତ ଆହୁରି ବହୁ ସାଧାରଣ ଲୋକ ବି ଭାସି ଯାଇଥିବା ଜଣାଯାଇଛି । ଅପରପକ୍ଷେ, ନଦୀର ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସେନା ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । 

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।