ଓଡିଶା ଯ଼ୋଗାଯ଼ୋଗ

୧୨ ବର୍ଷରେ ପଦାର୍ପଣ କଲା “ଦି ଇଣ୍ଟରଭ୍ୟୁ ଟାଇମ୍ସ୍” । ୨୦ ଜଣ ପ୍ରେରଣାଦାୟୀ ବ୍ୟକ୍ତିବିଶେଷଙ୍କୁ ମିଳିଲା “ଶ୍ରେଷ୍ଠ- ୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ” ସମ୍ମାନ…

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼କ୍ଟର ଅଚ୍ୟୁତ୍ ସାମନ୍ତ ଯୋଗ ଦେଇ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୨ବର୍ଷର ଯାତ୍ରାର ଅଭିଯାନକୁ ଭୂୟଂସୀ ପ୍ରଶଂସା କରିବା ସହ ସମାଜର ପ୍ରଗତି କ୍ଷେତ୍ରରେ ଅନନ୍ୟ ପଦକ୍ଷେପ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଓ ଅରୁଣ କୁମାର ସାହୁ (ବିଧାୟକ ,ନୟାଗଡ) ସମ୍ବର୍ଦ୍ଧିତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନୁ ଗର୍ଗ (ଉନ୍ନୟନ କମିସନର, ଓଡିଶା ସରକାର) କହିଥିଲେ ଯେ ନ୍ୟାସନାଲ୍ ବିଲଡିଂରେ ସକରାତ୍ମକ ସାମ୍ବାଦିକତାର ଭୂମିକା ଗରୁତ୍ବପୂର୍ଣ୍ଣ ।

କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବୀର ବିକ୍ରମ ୟାଦବ (ଆଇଏଏସ୍, ପ୍ରମୁଖ ସଚିବ, ପୂର୍ତ ବିଭାଗ, ଓଡିଶା ସରକାର), ଦିଲ୍ଲିପ  ରାଉତରାୟ (ଆଇଏଏସ୍), ସାଗର ମହାନ୍ତି (ନିର୍ଦେଶକ ,ଏନସିସି ଓଡିଶା), ସଂଘମିତ୍ରା ପତି (ନିର୍ଦେଶକ ଆଇସିଏମ୍ଆର- ଆରଏମ୍ଆରସି) ଓ ମୁଖ୍ୟ ବକ୍ତା ଭାବେ ପ୍ରଫେସର କମଳଜିତ୍ ସିଂ (ଉପ କୁଳପତି,ମଧୂସୁଦନ ବିଶ୍ବ ବିଦ୍ୟାଳୟ) ପ୍ରମୁଖ ଯୋଗ ଦାନ କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ “ଓଡିଶାରେ ଆଜି ଓ କାଲି”କୁ ନେଇ ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ କରାଯାଇଥିଲା । ମଞ୍ଚ ସଭା ପରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ “ଶ୍ରେଷ୍ଠ- ୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ” ସମ୍ମାନ ଓ ୭ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଜ୍ୟୋର୍ତିମୟୀ ନାୟକ ନିଜର ସଙ୍ଗୀତ ଚାତୁରୀରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ଅରୁଣ କୁମାର ମାହାନା (ସି.ଓ.ଓ), ପ୍ରମୋଦ କୁମାର ଲେଙ୍କା (ମୁଖ୍ୟ ବାଣିଜ୍ୟ ଅଧିକାରୀ) ଓ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା