ଓଡିଶା

ସଂଗଠିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଲେ ବିଜେଡି ନେତା…

ବାଲିଆପାଳ : ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଶୁଭାରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ତୁଣମୂଳ ସ୍ତରରେ ଲୋକଙ୍କ ନିକଟତର ହୋଇ ଦଳର ସାମାଜିକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ନେଇ ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବୋଂଳ ଗ୍ରାମ ପଞ୍ଚାୟତରେ ଜନସଂର୍ପକ ପଦ ଯାତ୍ରାର ଶୁଭରାମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବିଜେଡି ନେତା ରବିନ୍ଦ୍ର ନାଥ ଅଣ୍ଡିଆ ଉପସ୍ଥିତ ରହି ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହିତ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ବିଜୁ ଜନତା ଦଳର ବରିଷ୍ଠ ନେତା ଓ କର୍ମୀଙ୍କ ସହ ବୋଂଳ ଗ୍ରାମ ପଞ୍ଚାୟତର ପଞ୍ଚାୟତ ଅଫିସ ପଡିଆରେ ସଭା ଅନୁଷ୍ଠିତ ହୋଇଥିଲା ।

ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆରମ୍ଭ ହୋଇଥିବା ଏହି ଜନ ସମ୍ପର୍କ ପଦ ଯାତ୍ରାରେ ବହୁ ବିଜେଡି କର୍ମୀ ସାମିଲ୍ ହୋଇ ଲୋକଙ୍କ ପାଇଁ ଏକ ହୋଇ କାମ କରିବା ଏବଂ ରୂପାନ୍ତରିତ ଓଡିଶା ଗଠନରେ ନିଜକୁ ଅଂଶୀଦାର କରାଇବା ପାଇଁ ଶପଥ ନେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଓ ବିଜେଡି ବରିଷ୍ଠ ନେତା ତଥା ସମାଜସେବୀ ରବିନ୍ଦ୍ର ନାଥ ଅଣ୍ଡିଆ, ବିଜେଡି ନେତା ମହାଦେବ ଦାସ, ୧୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ ବିଷ୍ଣୁପ୍ରିୟା ବୁଗୁଡି ଉପସ୍ଥିତ ରହି କର୍ମୀଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୋଂଳ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ମଲ୍ଲିକ, ବୋଂଳ ସମିତି ସଦସ୍ୟ ପ୍ରତିନିଧି ତପନ ରାଉତ ଓ ସମିତି ସଦସ୍ୟା, ବୋଂଳ ବିଜେଡି ସଭାପତି ଯୋଗେନ୍ଦ୍ର ମଲ୍ଲିକ, ବିଜେଡି ନେତା ମୃତ୍ୟୁଞ୍ଜୟ ନାୟକ, ବିଜେଡି ନେତା ଲମ୍ଭୋଧର ମାହାନା, ବିଜେଡି ନେତା ତୁଶାରକାନ୍ତି ବେହେରା, ସୁଶିଲ୍ ପ୍ରଧାନ, ସରପଞ୍ଚ ପ୍ରତିନିଧି ହେମନ୍ତ ଦାସ, ପୂର୍ବତନ ସରପଞ୍ଚ ଜୟନାରାୟଣ ମହାପାତ୍ର, ଯୁବ ନେତା ସଞ୍ଜୟ ପ୍ରଧାନ, ପୂର୍ବତନ ଜିଲ୍ଲା ଯୁବ ସଂପାଦକ ଉଜ୍ଜଳ କୁମାର ଗିରିଙ୍କ ସମେତ ସମସ୍ତ ପଞ୍ଚାୟତର ସଭାପତି, ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡ ସଦସ୍ୟଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଓ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ ।ରିପୋର୍ଟ : ବାଲିଆପାଳରୁ ଚନ୍ଦନ ଅଣ୍ଡିଆ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା