ଓଡିଶା ବ୍ୟବସାୟ

ଖୋଲିଲା ତନିସ୍କର ନୂଆ ବ୍ରାଣ୍ଡ ‘ମିଆ ବାୟ ତନିସ୍କ’…

ଭୁବନେଶ୍ୱର : ଭାରତର ପ୍ରମୁଖ ଫ୍ୟାସନେବଲ୍ ଗହଣା ବ୍ରାଣ୍ଡ ‘ମିଆ ବାୟ ତନିସ୍କ’ର ବ୍ରାଣ୍ଡ ନ୍ୟୁ ଷ୍ଟୋର ରାଜଧାନୀରେ ଖୋଲିଯାଇଛି । ଭୁବନେଶ୍ୱର ୟୁନିଟ୍-୩ ଜନପଥ ରୋଡସ୍ଥିତ ନନ୍ଦିଘୋଷ ହାଇଟ୍ସରେ ଖୋଲିଛ ‘ମିଆ ବାୟ ତନିସ୍କ ବୁଟିକ୍’ । ଏହା ମିଆ ବାୟ ତନିସ୍କର ବିଜନେସ୍ ହେଡ୍ ଶ୍ୟାମଳା ରାମାନନ୍ ଏବଂ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ଗହଣା ଡିଭିଜନ୍) ସୋମପ୍ରଭ କୁମାର ସିଂହ ଏବଂ ଫ୍ରାଞ୍ଚାଇଜି ପାର୍ଟନର ଯୋଗେନ୍ଦ୍ର ହଂସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଗ୍ରାହକଙ୍କୁ ମିଆ ପ୍ରଡକ୍ଟ ଉପରେ ୨୦% ରିହାତି ପ୍ରଦାନ କରୁଛି କମ୍ପାନୀ । ଏହି ଅଫର ଆସନ୍ତା ସେପ୍ଟେମ୍ବର ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ ।

ଏହି ନୂଆ ଷ୍ଟୋରରେ ୧୪ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ରେ ବ୍ୟାପକ ରେଞ୍ଜ୍ ଟ୍ରେଣ୍ଡି ଏବଂ ସମସାମୟିକ ଡିଜାଇନ ଉପଲବ୍ଧ ଅଛି । ଏସବୁ ଆକର୍ଷଣୀୟ କଲର୍ ଷ୍ଟୋନ୍, ଉଜ୍ଜ୍ୱଳ ସୁନା, ହୀରା ଏବଂ ରୁପାରେ ପ୍ରସ୍ତୁତ ହୋଇଛି । ତନିସ୍କର ଦୀର୍ଘଦିନର ପରମ୍ପରା ଏବଂ ଲିଗାସିରୁ ପ୍ରସ୍ତୁତ ‘ମିଆ’ ବ୍ରାଣ୍ଡ ଏକ ଦୃଢ଼, ଆଧୁନିକ ଗହଣା ବ୍ରାଣ୍ଡ । ଏହାର ପ୍ରତ୍ୟେକ ପିସ୍ ସ୍ୱତନ୍ତ୍ର ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା