ତ୍ରିଶୁଳିଆରେ ଆପାର୍ଟମେଂଟ୍ ପାଇଁ ଆରମ୍ଭ ହେଲା ବୁକିଂ…

ଭୁବନେଶ୍ୱର : ଅସାଧାରଣ ବାସସ୍ଥାନ ନିର୍ମାଣର ପ୍ରତିବଦ୍ଧତା ପାଇଁ ପରିଚିତ ମହାଦେବ ଗୃହ ନିର୍ମାଣ ପ୍ରାଇଭେଟ୍ ଲିମିଟେଡ୍ ନିଜର ପ୍ରମୁଖ ପ୍ରକଳ୍ପ ମହାଦେବ ଗ୍ରିନ୍ସର ଶୁଭାରମ୍ଭ କରିଛି । ଭୁବନେଶ୍ୱର-କଟକ ମଝିରେ ତ୍ରୁଶୁଳିଆର ଅବସ୍ଥିତ ୨.୮ ଏକର ବିଶାଳ ଜମିରେ ନିର୍ମିତ ଏହି ଆବାସିକ କେନ୍ଦ୍ର, ଯୋଜନାବଦ୍ଧ ବିକାଶ ଅତୁଳନୀୟ ବିଳାସ ଓ ସୁବିଧାଜନକ ଜୀବନଶୈଳୀର ପ୍ରତିଶ୍ରୁତି ପ୍ରଦାନ କରେ । ଚଳିତ ମାସରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଆସନ୍ତା ଜୁନ୍ ୨୦୨୭ରେ ଶେଷ ହେବ । ମହାଦେବ ଗ୍ରିନ୍ସରେ ୨୫୭ଟି ସୁଚିନ୍ତିତ ଡିଜାଇନ୍ ଆପାର୍ଟମେଂଟ୍ ରହିବ ଯାହା ଭବିଷ୍ୟତର ବାସିନ୍ଦାଙ୍କ ବିବିଧ ଆବଶ୍ୟକତା ପୂରଣ କରିବ । ୨୦୨୩ ସେପ୍ଟେମ୍ବର ୧୯ରୁ ମହାଦେବ ଗ୍ରିନ୍ସ ପାଇଁ ବୁକିଂ ଆରମ୍ଭ ହେଉଛି । ଏହି ପ୍ରକଳ୍ପରେ ଚାରିଟି ଭିନ୍ନ ବିକଳ୍ପ ରହିଛି- ୨ ବିଏଚକେ, ୩ ବିଏଚକେ, ୩.୫ ବିଏଚକେ ଏବଂ ୪.୫ ବିଏଚକେ ଫ୍ଲାଟ୍ ଯାହାର ମୂଲ୍ୟ ୬୦.୭୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ମହାଦେବ ଗୃହ ନିର୍ମାଣର ନିଦେ୍ର୍ଦଶକ ସୁନୀଲ କୁମାର ସରଳିଆ କହିଛନ୍ତି, “ତ୍ରିଶୁଳିଆ ଟ୍ୱିନ୍ ସିଟିର ପରବର୍ତୀ ଆବାସିକ କେନ୍ଦ୍ର ଭାବେ ଉଭା ହେଉଛି । ଆମେ ଏହି ପରିବର୍ତନର ଅଂଶ ହେବାକୁ ଏବଂ ମହାଦେବ ଗ୍ରୀନ୍ସକୁ ଏହି ଉଦୀୟମାନ ସ୍ଥାନକୁ ଆଣିବା ପାଇଁ ଉତ୍ସାହିତ ।”

ଏହି ପ୍ରକଳ୍ପରେ ଅଗ୍ନିନିର୍ବାପକ ବ୍ୟବସ୍ଥା, ୨୪ ଘଂଟିଆ ସିସିଟିଭି ନିରୀକ୍ଷଣ, ଇଂଟରକମ୍ ସୁବିଧା, ପର୍ଯ୍ୟଟକ ଓ ଆମ୍ବୁଲାନ୍ସ ପାର୍କିଂ, ବର୍ଷା ଜଳ ସଂରକ୍ଷଣ ଏବଂ କମନ୍ ଏରିଆ ପାଇଁ ଶତ ପ୍ରତିଶତ ପାୱାର ବ୍ୟାକ୍ଅପ୍ ଭଳି ସୁବିଧା ସୁଯୋଗ ଓ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ବ୍ୟତୀତ ଇଭି ଚାର୍ଜିଂ ଆଉଟ୍ଲେଟ୍, ଜଳ ବିଶୋଧନ ପ୍ଲାଂଟ୍, ପ୍ରଦୂଷଣ ମୁକ୍ତ ପରିବେଶ ଏକ ଆଧୁନିକ ଓ ପରିବେଶ ସଚେତନ ଜୀବନଶୈଳୀ ପ୍ରଦାନ କରୁଛି । ମହାଦେବ ଗ୍ରିନ୍ସର ବ୍ଲକ୍ ଡି ୩୩୦୦ ମିଲିମିଟରର ଏକ ଉଲ୍ଲେଖନୀୟ ଉଚ୍ଚତା ଏବଂ ଦକ୍ଷ ମେକାନିକାଲ୍ ଷ୍ଟାକ୍ ପାର୍କିଂ ସୁବିଧା ପ୍ରଦାନ କରୁଛି ଯାହା ଭବ୍ୟତା ଓ ଖୋଲା ସ୍ଥାନରେ ଉନ୍ନତି ଆଣୁଛି । ଏଥିରେ ବିଶ୍ରାମ ଓ ମନୋରଂଜନ ପାଇଁ କ୍ଲବ୍ ହାଉସ୍ରେ ଇନ୍ଡୋର ସ୍ୱିମିଂ ପୁଲ୍, ବାଷ୍ପ କିମ୍ବା ସଉନା ରୁମ୍, ମଲ୍ଟି ପର୍ପସ୍, ଇନ୍ଡୋର୍ ଗେମ୍ ରୁମ୍, କାର୍ଡ ରୁମ୍, ଲାଇବ୍ରେରୀ, ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ସମ୍ପୂର୍ଣ୍ଣ ସୁସଜ୍ଜିତ ଗେଷ୍ଟ ରୁମ୍ ଭଳି ଅନେକ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବ । ମହାଦେବ ଗ୍ରିନ୍ସ କେବଳ ଏକ ଆବାସିକ ପ୍ରକଳ୍ପ ନୁହେଁ ଏହା ହେଉଛି ଜୀବନଶୈଳୀର ଏକ ପ୍ରତୀକ ଯେଉଁଠାରେ ବିଳାସ, ସୁବିଧା ଏବଂ ପ୍ରାକୃତି ସୌହାର୍ଦ୍ୟପୂର୍ଣ୍ଣ ଭାବେ ସହାବସ୍ଥାନ କରୁଛନ୍ତି ।
ଅଧିକ ବିବରଣୀ ପାଇଁ ପରିଦର୍ଶନ କରନ୍ତୁ : www.mahadevgreens.com
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ