ଜନସମ୍ପର୍କରେ କୋଦଳା ଏନ୍ଏସିର ପୂର୍ବତନ ନଗରପାଳିକା ସୁନିତାପ୍ରଭା ସାହୁ । ବିଜେଡିର ସାଙ୍ଗଠନିକ ବୈଠକରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଦେଲେ ଉଦବୋଧନ…

ବେଗୁନିଆପଡା : ବିଜେଡିର ସାଙ୍ଗଠନିକ ବୈଠକରେ ଯୋଗ ଦେଲେ କୋଦଳା ଏନ୍ଏସିର ପୂର୍ବତନ ନଗରପାଳିକା ସୁନିତାପ୍ରଭା ସାହୁ । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି । ଏ ନେଇ ଏବେଠାରୁ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଦୁଃଖସୁଖର ସାଥୀ ହେବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ.ବରିଡା ପଞ୍ଚାୟତର ଅମରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋଦଳା ଏନ୍ଏସିର ପୂର୍ବତନ ନଗରପାଳିକା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ ।

ଆଗାମୀ ଦିନରେ କର୍ମୀ କିଭଳି ଲୋକଙ୍କ ପାଖରେ ପହଞ୍ଚି ତୃଣମୂଳସ୍ତରରୁ କାମ କରିବେ ସେ ନେଇ ସ୍ଥାନୀୟ ବୁଦ୍ଧିଜୀଵୀଙ୍କ ମତ ପୋଷଣ କରିବା ସହ ପ୍ରତ୍ୟେକ ପଞ୍ଚାୟତରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଶ୍ରୀମତୀ ସାହୁ । ଆୟୋଜିତ ବୈଠକରେ କେ.ବରିଡା ସରପଞ୍ଚ ପୂଜା ପ୍ରଧାନ, ସମିତି ସଭ୍ୟା ପୁଷ୍ପାଞ୍ଜଳି ଗୌଡ଼, ବିଶ୍ୱଜିତ ପଣ୍ଡା, ଜିତେନ୍ଦ୍ର ସ୍ୱାଇଁ, ତ୍ରିଲୋଚନ ପଣ୍ଡା, ମହେଶ୍ୱର ଭୂୟାଁ, ପ୍ରଦୀପ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପୂର୍ଣ କରିଥିଲେ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ