ଓସ୍ତପାଳ ଭୋଟରଙ୍କ ସମସ୍ୟା ନିର୍ବାଚନ ପୂର୍ବରୁ ସମାଧାନ ପାଇଁ ଦାବି…

ହିନ୍ଦୋଳ : ଆଗକୁ ହେବାକୁ ଥିବା ସାଧାରଣ ନିର୍ବାଚନ ଆଗରୁ ଭୋଟରଙ୍କ ବୁଥ ନମ୍ବର ଅଦଳବଦଳ । ହିନ୍ଦୋଳ ନିର୍ବାଚନ ମଣ୍ଡଳୀ, ଓଡାପଡା ବ୍ଲକ ଓସ୍ତପାଳ ବୁଥ ନମ୍ବର ୨୬୪ ରୁ ୪୬୫ ଜଣ ଭୋଟରଙ୍କୁ ବେଆଇନ ଭାବେ ଦୀର୍ଘ ୫ କି.ମି ଦୂର ଜରିପାଳ ବୁଥ ନମ୍ବର ୨୫୭କୁ ସ୍ଥାନାନ୍ତର କରାଯାଇଛି । ତେବେ ନିର୍ବାଚନ ପୂର୍ବରୁ ତାଙ୍କ ନାମ ନିଜ ଗାଁ ଓସ୍ତପାଳ ବୁଥକୁ ଫେରାଇ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ତଥା ଭୋଟର । ଯଦି ସେମାନଙ୍କୁ ତାଙ୍କ ନିଜ ଗ୍ରାମକୁ ଫେରାଇ ଅଣା ନ ଯାଏ, ତେବେ ଭୋଟରମାନେ ଆସନ୍ତା ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଓସ୍ତପାଳ ଗ୍ରାମର ସମାଜସେବୀ ତଥା ଆପ୍ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ବିଧୁ ନାୟକ, ହିନ୍ଦୋଳ ବ୍ଲକ ସଭାପତି ମନୋରଞ୍ଜନ ପାଳ, ଗ୍ରାମବାସୀ ସନ୍ତୋଷ ତରାଇ, ଦୋଳଗୋବିନ୍ଦ ସାହୁ, ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା