ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମରଣ ଅନଶନରେ ରହିବେ ଉପ କାରାଗାର କର୍ମଚାରୀ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଉପ କାରାଗାରରେ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କଲେ ଜେଲ୍ କର୍ମଚାରୀ । ସୂଚନା ଅନୁସାରେ, ଉପ କାରାଗାର କର୍ମଚାରୀ ଗତ ସେପ୍ଟେମ୍ବର ୧୩ ରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରି କାର୍ଯ୍ୟରତ ରହିବେ । ସେହି ସମୟ ମଧ୍ୟରେ ଯଦି ସେମାନଙ୍କ ୫ ଦଫା ଦାବି ପୂରଣ ନ କରାଯାଏ ତେବେ ଆସନ୍ତା ୨୫ ରୁ ଉପ କାରାଗାର ସମ୍ମୁଖରେ କଳାବ୍ୟାଜ ପରିଧାନ କରିବା ସହ ସମସ୍ତ କର୍ମଚାରୀ ଆମରଣ ଅନଶନ ରଖି ଶାନ୍ତି ଶୃଙ୍ଖଳା ଭାବେ କର୍ତ୍ତବ୍ୟ ସମ୍ପାଦନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ସଙ୍ଘ ସଭାପତି ଜି.ରମେଶ । ଏହି ଅବସରରେ ଜି.ରମେଶ, ରଞ୍ଜନ କୁମାର ମହାନ୍ତି, ସନ୍ତୋଷ କୁମାର ସେଠୀ, କେ.ରମେଶ ରେଡ୍ଡି, ବାଉରୀ ବନ୍ଧୁ ସେଠୀ, ଏସ୍ ନାଗରାଜୁ, ଏନ୍ ଚିରଞ୍ଜିବି, ମିନାକ୍ଷୀ ରେଡ୍ଡୀ, ଗୀତାଞ୍ଜଳି ବେହେରା ପ୍ରମୁଖ କଳାବ୍ୟାଜ ପରିଧାନ କରି କାର୍ଯ୍ୟରତ ଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା