‘ଶାସ୍ୱତ ରିଭରସାଇଡ୍’ର ପ୍ରକଳ୍ପକୁ ନେଇ ରହିଛି ଅନେକ ଆଶା…

ଭୁବନେଶ୍ୱର : କଟକ-ଭୁବନେଶ୍ୱର ମଧ୍ୟବର୍ତ୍ତୀ ତ୍ରିଶୁଳିଆରେ ଆରମ୍ଭ ହେଉଥିବା ପ୍ରକଳ୍ପ ଦୈତନଗରୀର ଏକ ଅତ୍ୟାଧୁନିକ ଏବଂ ଆରାମଦାୟକ ପ୍ରକଳ୍ପ ଭାବରେ ପରିଚିତ ହେବ । ରିୟଲଇଷ୍ଟେଟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସ୍ୱଦେଶ ରାଉତରାୟଙ୍କ ନିଜସ୍ୱ ନୂତନ ପ୍ରକଳ୍ପ ‘ଶାସ୍ୱତ ରିଭରସାଇଡ୍’ର ଶୁଭାରମ୍ଭ ହୋଇଯାଇଛି ।
CREDAIର ଅଭିଜ୍ଞ ସଦସ୍ୟ ସ୍ୱଦେଶ ରାଉତରାୟଙ୍କ ସଂସ୍ଥା ଶାସ୍ୱତ ଇନଫ୍ରା ନିଜର ଗ୍ରାହକମାନଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଦେବା ନିମନ୍ତେ ପ୍ରତିଶୃତିବଦ୍ଧ । “HOME FOR NOW HOME FOREVER” ନୀତିକୁ ନେଇ ଶାସ୍ୱତ ଇନଫ୍ରା ଗ୍ରାହକଙ୍କୁ ସେମାନଙ୍କର ମନପସନ୍ଦର ଘର ଯୋଗାଉଛି । ଶାସ୍ୱତ ରିଭରସାଇଡ୍ ଓଡିଶାର ପ୍ରଥମ ମେଟ୍ରୋ ପ୍ରକଳ୍ପର ଖୁବ୍ ନିକଟରେ ହୋଇଥିବା ଯୋଗୁଁ ଗ୍ରାହକମାନଙ୍କୁ ଏହାଦ୍ୱାରା ଗମନାଗମନର ସୁବିଧା ପ୍ରଦାନ କରିବ । ଅପରପକ୍ଷେ ପ୍ରକଳ୍ପଟି କାଠଯୋଡି ନଦୀ କୂଳରେ ଅବସ୍ଥିତ ହୋଇଥିବାଯୋଗୁଁ ଏହା ସେମାନଙ୍କୁ ଏକ ସୁନ୍ଦର ପରିବେଶ ପ୍ରଦାନ କରିବ ।

ଶାସ୍ୱତ ରିଭରସାଇଡ୍ ଆବାସିକ ପ୍ରକଳ୍ପରେ ୨ ଏବଂ ୩ ବିଏଚକେ ପ୍ରିମିୟମ ଘର ସହ ପେଣ୍ଟହାଉସ ମଧ୍ୟ ରହିଛି । ଏଥିରେ ଗ୍ରାହକମାନଙ୍କୁ ସର୍ବାଧିକ ସୁବିଧା ଓ ଆରାମ ପ୍ରଦାନ କରିବା ପାଇଁ ଘରଗୁଡିକୁ ଡିଜାଇନ କରାଯାଇଛି । ଆଗାମୀ ଦିନରେ ତ୍ରିଶୁଳିଆ ଟୁଇନ ସିଟିର ଏକ ଲ୍ୟାଣ୍ଡମାର୍କ ସ୍ଥାନ ଭାବରେ ପରିଚାଳିତ ହେବାକୁ ଯାଉଛି ।
ଏହି ଅବସରରେ ଶାସ୍ୱତ ଇନଫ୍ରା ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ୱଦେଶ ରାଉତରାୟ କହିଛନ୍ତି, “ଶାସ୍ୱତ ରିଭରସାଇଡ୍ ପ୍ରକଳ୍ପକୁ ଶୁଭାରମ୍ଭ ବିଷୟ ଘୋଷଣା କରି ଆମେ ଖୁବ୍ ଉତ୍ସାହିତ । ଆମେ ଗ୍ରାହକମାନଙ୍କ ଆଶା ଓ ସ୍ୱପ୍ନର ଘରକୁ ପୂରଣ କରି ଏକ ସୁନ୍ଦର ଘର ଗଢିତୋଳିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛୁ” ।
ରିପୋର୍ଟ : ଭୁବନେଶ୍ୱରରୁ ଅଭିଜିତ୍ ସିଂ