ଓଡିଶା

ଶିକ୍ଷକ-ସରକାରଙ୍କ ଲଢେଇରେ ପେଶି ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ…

କୋଟପାଡ଼ : ସର୍ବବର୍ଗ ପ୍ରାଥମିକ ଶିକ୍ଷକ ସଙ୍ଘ ଓଡିଶାର ଆହ୍ବାନ କ୍ରମେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ତାଲା ପଡିଛି । ରାଜ୍ୟ ସରକାର ଗୁରୁଦିବସ ଦିନ ଶିକ୍ଷକମାନଙ୍କ ନାର୍ଯ୍ୟ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ତାହା ପୂରଣ ହୋଇପାରିନି l ଏ ନେଇ ସେପ୍ଟେମ୍ବର ୮ ତାରିଖରୁ ରାଜ୍ୟବ୍ୟାପୀ ତାଲା ବନ୍ଦ ଆନ୍ଦାଳନ ଜାରି ରହିଥିବା ବେଳେ କୋଟପାଡ଼ ବ୍ଲକ ସର୍ବବର୍ଗ ଶିକ୍ଷକ ସଙ୍ଘ ପକ୍ଷରୁ ମଧ୍ୟ ତାଲାବନ୍ଦ ଆନ୍ଦଳନ ଦେଖିବାକୁ ମିଳିଛି । ଏ ନେଇ କୋଟପାଡ଼ର 17ଟି ପଞ୍ଚାୟତର ସମସ୍ତ ସରକାରୀ ପ୍ରାଥମିକ ସ୍କୁଲରେ ତାଲା ଝୁଲୁଥିବା ବେଳେ କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକମାନେ ଅନିର୍ଦ୍ଧିଷ୍ଟ କଳା ପର୍ଯ୍ୟନ୍ତ ଧାରଣାରେ ବସି ରହିଛନ୍ତି । ଏପରିକି ଶିକ୍ଷକମାନଙ୍କ ୩ ଦଫା ଦାବି ପୂରଣ ନ ହେବ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପ୍ରାଥମିକ ଶିକ୍ଷକ ଏହିପରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସରକାର ଏବଂ ଶିକ୍ଷକଙ୍କ ମଧ୍ୟରେ ଚାଲିଥିବା ଏହି ଲଢେଇରେ ପେଶି ହେଉଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ବନ୍ଧ ଥିବାରୁ ସେମାନଙ୍କ ପାଠପଢା ବ୍ୟାହତ ହେଉଛି । ତେବେ ଦେଖିବାକୁ ବାକି ରହିଲା ରାଜ୍ୟ ସରକାର ଶିକ୍ଷଙ୍କ ଆନ୍ଦଳନକୁ ନେଇ କଣ ସମାଧାନର ବାଟ ବାହାର କରୁଛନ୍ତି l

ରିପୋର୍ଟ : କୋଟପାଡ଼ରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା