ଓଡିଶା

ଗୁରୁଦିବସରେ ସମାଜ କଲ୍ୟାଣ ପାଇଁ ଶପଥ ପାଠ । ସମାଜରେ ବାଲ୍ୟ ବିବାହ ରୋକିବାରେ ସହଯୋଗ କରିବେ ଶିକ୍ଷକ…

କୋଟପାଡ଼ : ଆଜି ହେଉଛି ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁ ଦିବସ । ଏହି ଅବସରରେ କୋରାପୁଟ ଜିଲ୍ଲା କୋଟପାଡ଼ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଧୁମଧାମରେ ପାଳିତ ହୋଇଯାଇଛି ଗୁରୁଦିବସ । କୋଟପାଡ଼ ସିଦ୍ଧାର୍ଥ ଇଂରାଜୀ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନରେ ଆଜି ଗୁରୁଦିବସ ପାଳିତ ହେବା ସହ, ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଅନୁଷ୍ଠାନ ପରିସରରେ ଏକ ବୁଦ୍ଧ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ସେହିଭଳି କୋଟପାଡ଼ ପ୍ରାଥମିକ ଶିକ୍ଷକ ସଙ୍ଘ ଦ୍ୱାରା ନିଆରା ଢଙ୍ଗରେ ଗୁରୁ ଦିବସ ସମାରୋହ ପାଳିତ ହୋଇଯାଇଛି । ଏଥିରେ ଭାରତର ପ୍ରଥମ ଉପରାଷ୍ଟ୍ରପତି ଡ଼ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ସ୍ମୃତିଚାରଣ କରାଯିବା ସହ ଶିକ୍ଷକଙ୍କ ସମାଜ, ରାଜ୍ୟ ତଥା ଦେଶର ପ୍ରଗତି ପାଇଁ ଦାଇତ୍ୱ ଓ ଅବଦାନ ବିଷୟରେ ଆଲୋକପାତ କରାଯାଇଥିଲା । କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳଙ୍କ ଅନୁରୋଧକ୍ରମେ ସମାଜରେ ବାଲ୍ୟ ବିବାହ ରୋକିବାରେ ଶିକ୍ଷକଙ୍କ ସହଯୋଗ ପାଇଁ ଶପଥ ପାଠ କରାଯାଇଥିଲା । ଏହି ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗୁରୁ ପରମ୍ପରାକୁ ସୁଦୃଢ କରିବା ପାଇଁ ସାଙ୍ଗଠନିକ ଆଭିମୁଖ୍ୟ ଦିଗରେ ମଧ୍ୟ ବିଚାର ବିମର୍ଶ କରାଯାଇଛି ।

ରିପୋର୍ଟ : କୋଟପାଡ଼ରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା