ବନ୍ଧୁଗାଁ ବ୍ଲକର ସାନ ସରୁପାଲ୍ଲୀରେ ଓଡ଼ିଶା ଡ୍ରାଇଭର ମହାସଂଘ ଦିବସ ପାଳିତ…

କୋରାପୁଟ : କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ବନ୍ଧୁଗାଁ ବ୍ଲକର ସାନ ସରୁପାଲ୍ଲୀରେ ଓଡିଶା ଡ୍ରାଇଭର ମହାସଂଘର ଆହ୍ବନକ୍ରମେ ଓଡ଼ିଶା ଡ୍ରାଇଭର ମହାସଂଘ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମିଦୁଲି ଏବଂ ତାଙ୍କ କମିଟି ନିଷ୍ପତ୍ତିକ୍ରମେ ବନ୍ଧୁଗାଁ ଶାଖାଦ୍ଵାରା ପ୍ରଥମ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ଧୁଗାଁ ଶାଖା ଡ଼୍ରାଇଭର ମହାସଂଘ ତରଫରୁ ସାନ ସରୁପାଲ୍ଲୀରୁ ବନ୍ଧୁଗାଁ ଥାନା ପର୍ଯ୍ୟନ୍ତ ଏକ ସଭାଯାତ୍ରାରେ ବାହାରି ସମସ୍ତଙ୍କୁ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ ସମସ୍ୟାକୁ ଗୁରୁତ୍ବ ଦେବା ସହ ନିଜ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନ କରିଥିଲେ ।
ଏହି ଅବସରରେ ସାନ ସରୁପାଲ୍ଲୀରେ ଥିବା ଡ଼୍ରାଇଭର ମହାସଂଘ କାର୍ଯ୍ୟାଳୟରେ ଡ଼୍ରାଇଭରମାନେ ଏକତ୍ରିତ ହୋଇ ବନ୍ଧୁଗାଁ ଶାଖା ଡ଼୍ରାଇଭର ମହାସଂଘ ସଭାପତି ଲକ୍ଷ୍ମୀକାନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ସଭା କରାଯାଇଥିଲା । ଡ଼୍ରାଇଭର ମହାସଂଘର ପ୍ରଥମ ଦିବସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ ସଭାକୁ ଡ଼୍ରାଇଭର ମହାସଂଘ ଉପ ସଭାପତି ସନ୍ତୋଷ କୁମାର ନାଗ ପରିଚାଳନା କରିଥିବା ବେଳେ ସମ୍ପାଦକ ପ୍ରିୟରଞ୍ଜନ ରାୟ ଏବଂ ଶରତ କୁମାର ପାଣି ସହଯୋଗ କରିଥିଲେ ।
ରିପୋର୍ଟ : କୋରାପୁଟ ଜିଲ୍ଲା ବନ୍ଧୁଗାଁରୁ ସଞ୍ଜୟ କୁମାର ପାଣି