ଓଡିଶା

ଚାଷୀଙ୍କ ସ୍ବାର୍ଥରେ କାମ କରିବାକୁ ଦାବି କଲା ଅଖିଳ ଭାରତ କୃଷକ ସଭା…

ବେଗୁନିଆପଡ଼ା : ବିଭିନ୍ନ ଦାବି ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଲା ଅଖିଳ ଭାରତ କୃଷକ ସଭା । ଚାଷୀମାନଙ୍କୁ ସୁଲଭ ଦରରେ ବିହନ, କୀଟନାଶକ ଔଷଧ ପ୍ରଦାନ ସହ ଅଭାବୀ ଧାନ ବିକ୍ରି ବନ୍ଦ କରିବା, ନାଳ-ଡ୍ୟାମ-କେନାଲ ଓ ଉଠା ଜଳସେଚନ ପଏଣ୍ଟର ସ୍ଥିତି ଅନୁଧ୍ୟାନ କରି ଜଳ ଯୋଗାଣକୁ ସୁନିଶ୍ଚିତ କରାଇବା ସହ କେନାଲ ସଫା କରିବା, ଫସଲ ବୀମା ଯୋଜନା ପ୍ରଣୟନ କରିବା, ପ୍ରତ୍ୟେକ ରାଜସ୍ବ ଗ୍ରାମରେ କ୍ୟାମ୍ପ କୋର୍ଟ ମାଧ୍ୟମରେ ଜମିଜମା ରେକର୍ଡ ସଂଶୋଧନ ନିମନ୍ତେ ପଦକ୍ଷେପ ନେବା, ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ କରିବା, ମଣ୍ଡି ଥିବା କାର୍ଯ୍ୟାଳୟ କିମ୍ବା କେନ୍ଦ୍ର ପରିସରରେ ବିଦ୍ୟୁତ୍ ଓ କମ୍ପ୍ୟୁଟର ସେବା ସୁନିଶ୍ଚିତ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୪୦୦୦/- ଟଙ୍କାକୁ ବୃଦ୍ଧି କରିବା, ଘନ ଘନ ବିଦ୍ୟୁତ୍ କାଟ ବନ୍ଦ କରିବା ସହ ବର୍ଦ୍ଧିତ ବିଦ୍ୟୁତ୍ ବିଲକୁ କମ କରିବା, ପେଟ୍ରୋଲ-ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ରୋକିବା, ଚାଷୀଙ୍କୁ ପେନସନ ପ୍ରଦାନ ଆଦି ୧୬ ଦଫା ଦାବି ନେଇ ବେଗୁନିଆପଡ଼ା ବ୍ଲକ ସମ୍ମୁଖରେ ପ୍ରତିବାଦ କରିଛି ଅଖିଳ ଭାରତ କୃଷକ ସଭା । ଏହି ଅବସରରେ ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ସ୍ଥାନୀୟ ସ୍ଵପ୍ନେଶ୍ୱର ମନ୍ଦିର ପରିସରରୁ ବାହାରି ବ୍ଲକ ସମ୍ମୁଖରେ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ବ୍ଲକ ସଭାପତି ସତ୍ୟବାଦୀ ସ୍ୱାଇଁ, ଜିଲ୍ଲା ଉପସଭାପତି ରଙ୍କନଥ ସ୍ଵାଇଁ, କୃଷକ ନେତା ନାରାୟଣ ସେଠୀ, ଜୟ କୃଷ୍ଣ ନାହାକଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା