୧୫ ଦିନ ହେଲା ଧାରଣା ଦେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ…

ଗଜପତି : ରାଜ୍ୟ ସଂଘର ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ୭ ଟି ବ୍ଳକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁଇ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୧୫ ଦିନ ହେଲା ଧାରଣା ଜାରି ରଖିଛନ୍ତି । ସରକାରଙ୍କର ବୈମାତୃକ ମନୋଭାବ ଯୋଗୁଁ ଦାବି ପୂରଣ ହେଉନଥିବାରୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶପଥ ଗ୍ରହଣ କରିଛନ୍ତି । ଅପରପକ୍ଷେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏହି ଧାରଣା କାରଣରୁ ଗ୍ରାମ୍ୟ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ବନ୍ଦ ହୋଇଯାଇଥିବାରୁ ହିତାଧିକାରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଜନସାଧାରଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦାବି ଶୀଘ୍ର ପୂରଣ କରିବା ପାଇଁ ନିବେଦନ କରିଛନ୍ତି ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା