ବିଧାୟିକାଙ୍କ ମହନୀୟତାକୁ ନେଇ ଏବେ ଗଞ୍ଜାମରେ ଚର୍ଚ୍ଚା…

ଗଞ୍ଜାମ : ବିଧାୟିକାଙ୍କ ମହନୀୟତାକୁ ନେଇ ଏବେ ଗଞ୍ଜାମରେ ଚର୍ଚ୍ଚା । ସମସ୍ତଙ୍କ ମୁହଁରେ ଗୋଟିଏ କଥା ବିଧାୟିକା ହେବ ତ ଏମିତି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୌଣସି ଏକ କାମରେ ସୌରା ଛଚିନା ପଟୁ କୋଦଳା ଆଭିମୁଖେ ଯାଉଥିବା ସମୟରେ ବେଗୁନିଆପଡାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଜଣେ ଛାତ୍ରୀ ବେହୋସ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ବିଧାୟିକା ନିଜ ଗାଡିରେ ସଜ୍ଞାହୀନ ଛାତ୍ରୀକୁ କୋଦଳା ମେଡିକାଲକୁ ନେଇଯାଇଥିଲେ ।
ବେଗୁନିଆପଡାସ୍ଥିତ କାଣ୍ଟା ବାଳିକା ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ହେଉଛନ୍ତି ଭାଟପଡା ଗ୍ରାମର ରମେଶ ନାହାକଙ୍କ ଝିଅ ମାମାଶ୍ରୀ ନାହାକ । କୌଣସି କାରଣ ବଶତଃ ଛାତ୍ରୀ ଜଣକ ବିଦ୍ୟାଳୟକୁ ଯାଉଥିବା ସମୟରେ ଅଚେତ ହୋଇଯାଇଥିଲେ । ଏହାପରେ ଛାତ୍ରୀ ଜଣଙ୍କୁ ବିଧାୟିକା ନିଜ ଗାଡ଼ିରେ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେବା ସହ ହସ୍ପିଟାଲ ପରିସରରେ ତାଙ୍କ ସହ ସମୟ ଅତିବାହିତ କରିଥିଲେ । ତେବେ ବିଧାୟିକାଙ୍କ ଏତାଦୃଶ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଛି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ