ଓଡିଶା

ବିଜେଡିର ଏକଛତ୍ରବାଦ ଶାସନ । ଫଳକରେ ରହିଲାନି ବିଜେପି ବିଧାୟକଙ୍କ ନାମ…

ଗଜପତି : ଗଜପତିରେ ତେଜିଲା ଫଳକ ରାଜନୀତି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜଙ୍ଗମ ସାହି ଛକରେ ଆର୍.ଉଦୟଗିରି ମାର୍କେଟିଂ କୋପରେଟିଭ୍ ସୋସାଇଟି ପକ୍ଷରୁ ନୂତନ ଭାବେ ନିର୍ମିତ ପେଟ୍ରୋଲ ପମ୍ପ ଉଦଘାଟନ ଫଳକରେ ପାରଳା ବିଧାୟକଙ୍କ ନାମ ନ ଥିବାକୁ ନେଇ ପ୍ରତିବାଦ କରିଥିଲା ବିଜେପି । ଏ ନେଇ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ବିଜେପି ସମର୍ଥକ ଦଳୀୟ ପତାକା ନେଇ ଉଦଘାଟନ ସ୍ଥଳରେ ପହଞ୍ଚି ଫଳକର ଆବରଣକୁ ଖୋଲିଥିଲେ । ଫଳରେ ବିଜେଡି ସମର୍ଥକମାନେ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ  ଉପୁଜିଥିଲା ।

ତେବେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର । ସାମାଜିକ କାର୍ଯ୍ୟରେ ଏଭଳି ପାତରଅନ୍ତରକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା