ଓଡିଶା ଟ୍ରେଣ୍ଟିଂ ଦେଶ ବିଦେଶ

ଦେଶରେ ଲାଗୁ ହେବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ…

‘ୱାନ୍ ନେସନ୍, ୱାନ ଇଲେକ୍ସନ୍’ ଅବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ । ଏହି କମିଟି ପ୍ରସଙ୍ଗ ସମ୍ପର୍କିତ ସମସ୍ତ ଦିଗକୁ ପରଖି ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବେ । ସରକାର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଏହି ସମୟରେ ଏକକ ନିର୍ବାଚନ ନେଇ ଆସିପାରେ ବିଲ୍ । ଚଳିତ ମାସ ୧୮ରୁ ୨୨ ସେପେଟମ୍ବର ଯାଏଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଚାଲିବ । ତେଣୁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଉପସ୍ଥାପନ କରାଯିବା ନେଇ ଯେଉଁ ଆକଳନ କରାଯାଉଥିଲା, ତାହା ଆହୁରି ଦୃଢ଼ୀଭୂତ ହୋଇଛି ।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଅର୍ଥ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ । ଏ ପ୍ରସଙ୍ଗ ନେଇ ଚଳିତବର୍ଷ ଜାନୁଆରୀରେ ଆଇନ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କୁ ୬ଟି ପ୍ରଶ୍ନ ପଚାରି ଉତ୍ତର ମାଗିଥିଲେ । କେନ୍ଦ୍ର ସରକାର ଏହାକୁ ଲାଗୁ କରିବାକୁ ଚାହୁଁଥିବାବେଳେ ଆମ୍ ଆଦମୀ ପାର୍ଟି ସମେତ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୮୫ ଅନୁସାରେ ସରକାର ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ଡାକିପାରିବେ ।

ଏହାଛଡା ସମାନ ଆଚାର ସଂହିତା ବିଲ୍, ମହିଳା ବିଲ୍ ଓ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ବି ସ୍ୱତନ୍ତ୍ର ଅଧିବେଶନରେ ଆଣିପାରନ୍ତି ବିଜେପି ସରକାର । ୨୦୧୪ ଲୋକସଭା ନିର୍ବାଚନ ବେଳେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଥିଲା । ୨୦୧୪ରୁ ବିଜେପି କ୍ଷମତାକୁ ଆସିବା ପରଠାରୁ ମୋଦୀ ସରକାର ଦେଶରେ ଏକକ ନିର୍ବାଚନ କରିବାକୁ ଚାହୁଁଛନ୍ତି ।

ଆମ ଦେଶରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାବେଳେ ହେବା କିଛି ନୂଆ କଥା ନୁହେଁ । ୧୯୬୭ ମସିହା ପର୍ଯ୍ୟନ୍ତ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହୋଇଥିଲା । ମୋଟ ୪ ଥର ଏହିଭଳି ନିର୍ବାଚନ ହୋଇଥିଲା । ୧୯୬୮-୬୯ରୁ ଏହି ଧାରାରେ ପରିବର୍ତ୍ତନ ହୋଇଛି । ସେହିପରି ୧୯୭୧ରେ ପ୍ରଥମ ଥର ପାଇଁ ୫ ବର୍ଷ ଅବଧି ଶେଷ ହେବା ପୂର୍ବରୁ ଲୋକସଭାକୁ ଭାଙ୍ଗି ଦିଆଯାଇଥିଲା । ଆହୁରି ଏକ ବର୍ଷ କାର୍ଯ୍ୟକାଳ ଥିବାବେଳେ ଲୋକସଭାକୁ ଭାଙ୍ଗି ନିର୍ବାଚନ କରାଯାଇଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା