ତମାଖୁ ଦ୍ୱାରା ପ୍ରତିବର୍ଷ ୧ ମିଲିୟନରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥାଏ, ଯାହା ସମସ୍ତ ମୃତ୍ୟୁର ୯.୫%

ଭୁବନେଶ୍ୱର : ଜାତୀୟ ଓ ରାଜ୍ୟସ୍ତରୀୟ ନୀତିରେ ପରିବର୍ତ୍ତନ ଆଣି ତମାଖୁ ସେବନ ହ୍ରାସ କରିବା ତଥା ଜନସ୍ୱାସ୍ଥ୍ୟ ପରିସ୍ଥିତିରେ ସୁଧାର ଆଣିବା ଦିଗରେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଉଦେ୍ଦଶ୍ୟରେ ସିଭିଲ୍ ସୋସାଇଟି ଓ ସଚେତନ ନାଗରିକମାନଙ୍କୁ ନେଇ ଗଠିତ କୋଆଲିସନ୍ ଫର ତବାକୋ ଫ୍ରି ଓଡିଶା ଏବଂ ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିକକ୍ ଦ୍ୱାରା ‘ତମାଖୁ ବ୍ୟବହାର ହ୍ରାସ କରି ଜନସ୍ୱାସ୍ଥ୍ୟରେ ଉନ୍ନତି’ ବିଷୟବସ୍ତୁ ଉପରେ ଏକ ଜନ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଅଂଶ୍ରହଣକାରୀମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦେଶ ତଥା ରାଜ୍ୟରେ ତମାଖୁ ସେବନକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ସୁଲତା ଦେଓ, ଜିଲ୍ଲା ତମାଖୁ ନିୟନ୍ତ୍ରଣ ସେଲ୍ର ସହକାରୀ ପରିଚାଳକ ସୁଶାନ୍ତ କୁମାର ବିଶ୍ୱାଳ, ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଚେୟାରମ୍ୟାନ୍ ଡ଼ ମିନାକ୍ଷୀ ପଣ୍ଡା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ସତ୍ୟଶିବ ରଥ ଯୋଗ ଦେଇଥିଲେ ।
ଡବ୍ଲୁଏଚଓ ୨୦୧୮ ରିପୋର୍ଟ ଅନୁସାରେ ତମାଖୁ ଦ୍ୱାରା ପ୍ରତିବର୍ଷ ୧ ମିଲିୟନରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥାଏ, ଯାହା ସମସ୍ତ ମୃତ୍ୟୁର ୯.୫% । ଗ୍ଲୋବାଲ୍ ୱାର୍ଲ୍ଡ ତମାଖୁ ସର୍ଭେ (ଜିଏଟିଏସ୍) ୨୦୧୬-୧୭ର ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୬୭ ମିଲିୟନ୍ ୧୫ ବର୍ଷରୁ ଅଧିକ(୨୯%) ଲୋକ ହେଉଛନ୍ତି ତମାଖୁ ବ୍ୟବହାରକାରୀ । ଏଥି ସହିତ, ୩୮.୭% କିଶୋରଘରେ, ୩୦.୨% କର୍ମକ୍ଷେତ୍ରରେ ଓ ୭.୪% ରେଷ୍ଟୁରାଣ୍ଟପରୋକ୍ଷଭାବେ ତମାଖୁ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ।
ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଯୋଗ ଦେଇଥିଲେ । ମହିଳାମାନେ କିପରି ଘରେ ତଥା ସମାଜରେ ତମାଖୁ ସେବନ ଉପରେ ପରିବର୍ତ୍ତନ ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ସେ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ