ଓଡିଶା

ଗଜପତି ଜିଲ୍ଲା ଗ୍ରସ୍ତ କରି ରୋଗୀଙ୍କ ନିକଟରେ ପହଞ୍ଚିଲେ ୫ଟି ସଚିବ…

ଗଜପତି : ଗଜପତି ଜିଲ୍ଲା ଗ୍ରସ୍ତ କରିଛନ୍ତି ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ । ପୂର୍ବରୁ କୌଣସି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନଥିଲେ ମଧ୍ୟ ପାଗ ପ୍ରତିକୂଳ ଥିବା ସତ୍ତ୍ବେ ସେ ହେଲିକାପ୍ଟର ଯୋଗେ ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟ ହେଲି ପ୍ୟାଡରେ ଅବତରଣ କରିଥିଲେ । ପରେ ସେଠାରୁ ପାରଳାଖେମୁଣ୍ଡି ସହରର ସର୍କିଟ ହାଉସରେ ପହଞ୍ଚି ବିଭିନ୍ନ ବିଭାଗର କାର୍ଯ୍ୟକାରିତାକୁ ନେଇ ଆଲୋଚନା ଓ ସମୀକ୍ଷା କରିଥିଲେ । ଏହାପରେ ହଠାତ୍ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଚାଲୁ ରହିଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରି ରୋଗୀ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ସେହିପରି ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିଦର୍ଶନ କରି ମୋ ସରକାର ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାହାର ନିରୀକ୍ଷଣ କରିଥିଲେ । ଏହି ଅବସରରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଏସଡିସି ଅଧ୍ୟକ୍ଷା ମୋରିୟମ ରଇତ, ପାରଳାଖେମୁଣ୍ଡ ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍. ଲିଙ୍ଗରାଜୁ, ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ, ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ ନାୟକ, ପାରଳା ନଗର ସଭାପତି ସୁଦ୍ଧି ରଞ୍ଜନ ମହାପାତ୍ର ପ୍ରମୁଖ ୫ଟି ସଚିବ ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ରିପୋର୍ଟ : ଗଜପତିରୁ ବିବୋକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା