ଦେଉଳି ଗ୍ରାମେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଜଗତସିଂହପୁର ବିଧାୟକ …

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ମହକୁମାର ୧୭ ନମ୍ବର ୱାର୍ଡ ଦେଉଳି ଗ୍ରାମେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିଲେ । ଦେଉଳି ଗ୍ରାମେଶ୍ୱର ରାଧାକୃଷ୍ଣ ମନ୍ଦିର ଉନ୍ନୟନ କାର୍ଯ୍ୟ, ମସଜିଦ ଓ ମଦ୍ରାସାର ଉନ୍ନୟନ ଆଦିକୁ ବିଧାୟକ ଉଦଘାଟନ କରିଥିଲେ । ଏହି କାର୍ଯ୍ୟରେ ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ପୌରାଞ୍ଚଳ ବିଜୁ ଜନତା ଦଳର ସଭାପତି ପ୍ରିୟବ୍ରତ ମହାପାତ୍ର, ପଂଚାୟତ ସମିତି ଅଧ୍ୟକ୍ଷା କନକପ୍ରଭା ଲେଙ୍କା ପ୍ରମୁଖ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ । ବିଜୁ ଜନତା ଦଳ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଛି । ଆଗକୁ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହେବା ସହିତ ସ୍ଥାନୀୟ ଅଞ୍ଚଳର ଉନ୍ନତି ଉପରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ବିଧାୟକ ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ