ରାଜଧାନୀରେ ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍ ଖୋଲିଲା ତାର ପ୍ରଥମ ଆଉଟଲେଟ୍…

ଭୁବନେଶ୍ୱର : ଉଚ୍ଚମାନର ଅର୍ନ୍ତଜାତୀୟ ଡ୍ରାଏ ଫ୍ରୁଟ୍ସ୍, ନମକିନ୍ ଏବଂ ହେଲ୍ଥ ୱେଲନେସ୍ ଉତ୍ପାଦ ସହିତ କାରାବାର କରୁଥିବା ଅନ୍ୟତମ ଅଗ୍ରଣୀ ରିଟେଲ୍ ବ୍ରାଣ୍ଡ ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍ ସ୍ଥାନୀୟ ରଘୁନାଥପୁରରେ ଅବସ୍ଥିତ ରୟାଲ ଆର୍କେଡ୍ ମଲ୍ରେ ଏହାର ସ୍ୱତନ୍ତ୍ର ଆଉଟଲେଟ୍ ଖୋଲିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ସୂର୍ଯ୍ୟକାନ୍ତ ନନ୍ଦ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି କୁନାଲ ରାଉତ, ଶ୍ୟାମଳା ଡ୍ରାଏ ଫ୍ରୁଟ୍ସର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ମାଭୁଦୁରୁ ବିବେକ, ଫ୍ରାଞ୍ଚାଇଜ୍ ଓନର୍ ସୁନୀତ କୁମାର ସାମଲ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତରେ ଏହି ଷ୍ଟୋର ଉଦଘାଟିତ ହୋଇଛି ।

ଓଡିଶାରେ ସବୁବେଳେ ଆନ୍ଧ୍ର ନମ୍କିନ୍ ଏବଂ ଆଚାରର ଚାହିଦା ଅଧିକ ରହିଥାଏ । ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍ ଆନ୍ଧ୍ରପ୍ରଦେଶର ଏକ ଅଗ୍ରଣୀ ବ୍ରାଣ୍ଡ ଯାହାର ୧୬ଟି ଆଉଟଲେଟ୍ ରହିଛି । ଏହାର ଗୁଣାତ୍ମକ ଶୁଖିଲା ଫଳ ଏବଂ ନମକିନ୍ ପ୍ରଡକ୍ଟ ସ୍ୱାସ୍ଥ୍ୟ କଲ୍ୟାଣ ଉତ୍ପାଦ ପାଇଁ ଜଣାଶୁଣା । ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍ ଆଉଟଲେଟରେ ସବୁ ପ୍ରକାର ପ୍ରିମିୟମ୍ ଡ୍ରାଏ ଫ୍ରୁଟ୍ସ୍ ନ୍ୟୁଟ୍ରିସନ୍ ଯୁକ୍ତ ପ୍ରଡକ୍ଟ ସହ ସ୍ୱାଦିଷ୍ଟ ଚକୋଲେଟ୍ ପାଇଁ ଏକ ସର୍ବୋତ୍ତମ ଅତ୍ୟାଧୁନିକ ଆଉଟଲେଟ୍ । ଏହା ସ୍ୱଚ୍ଛତା ଏବଂ ଗୁଣବତ୍ତା ବଜାୟ ରଖିଥାଏ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ