ବେଗୁନିଆପଡାରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମା ମଙ୍ଗଳା କଲ୍ୟାଣ ମଣ୍ଡପରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡ଼ା ବ୍ଳକ ଉଦ୍ୟାନ କୃଷି ବିଭାଗର ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଏଥିରେ ଜିଲ୍ଲା ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରତାପ ପଣ୍ଡା, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଆତ୍ମା ଅଧ୍ୟକ୍ଷ ବିଜୟ ପ୍ରଧାନ, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବରିଷ୍ଠ ସମାଜସେବୀ ମହେଶ୍ବର ବରାଡ, ବଡ଼ ଖଇରଖମା ସରପଞ୍ଚ କାଶୀନାଥ ବେହେରା, ବେଗୁନିଆପଡ଼ା ସରପଞ୍ଚ ପ୍ରତିନିଧି ଦଣ୍ଡୁ ପ୍ରଧାନ, ଦିଗାପଡା ସରପଞ୍ଚ ସମୀର କୁମାର ଶତପଥୀଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ତଥା ମହିଳା ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । ଉଦ୍ୟାନ କୃଷି ପାଇଁ ଥିବା ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାର ସହାୟତା କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ଏଥିପ୍ରତି କୃଷକମାନେ ସଚେତନ ରହିବା ଆଦି ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ମହିଳା କୃଷକଙ୍କର ଜୀବନଜୀବିକାର ଉନ୍ନତି ସହ ଉଦ୍ୟାନ କୃଷି ସମ୍ବନ୍ଧୀୟ ବିଭିନ୍ନ ନୀତିର ଶିକ୍ଷା ଦେଇଥିଲେ ପ୍ରମୁଖ ଅଧିକାରୀ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ