ଓଡିଶା

ଅତ୍ୟାଧୁନିକ ୩ଡି ଏଣ୍ଡୋସ୍ପାଇନ୍ ସର୍ଜରୀ ଏବେ ଓଡିଶାରେ ଉପଲବ୍ଧ…

ଭୁବନେଶ୍ୱର : ମେରୁଦଣ୍ଡ ଓ ମେରୁହାଡର ଦୁଇଟି ସବୁଠାରୁ ସାଧାରଣ ଓ ଯନ୍ତ୍ରଣାଦାୟକ ରୋଗ ସ୍ଲିପ୍‌ଡ ଡିସ୍କ ଓ ସାୟାଟିକାକୁ ଏବେ ଖୁବ୍ କମ୍ ଯନ୍ତ୍ରଣା ସହ ସଫଳତାର ଅସ୍ତ୍ରୋପଚାର କରାଯାଇପାରିବ ବୋଲି ଭୁବନେଶ୍ୱରର ବିଶିଷ୍ଟ ଏଣ୍ଡୋସ୍କୋପିକ୍ ସର୍ଜନ ଓ ଅର୍ଥୋପେଡିସିଆନ୍ ଡକ୍ଟର ପିସି ଦେ କହିଛନ୍ତି । ଡଃ ଦେ କହିଛନ୍ତି ଯେ, ଅତ୍ୟାଧୁନିକ ୩ଡି ଏଣ୍ଡୋସ୍ପାଇନ୍ ସର୍ଜରୀ ଏବେ ଓଡିଶାରେ ଉପଲବ୍ଧ ହେଉଛି । ଏହାକୁ ସର୍ବନିମ୍ନ ଇନଭାସିଭ୍ ଟେକନିକ୍ ଭାବେ ବିଚାର କରାଯାଉଛି । ୩ଡି ଏଣ୍ଡୋସ୍କୋପିକ୍ ସର୍ଜରୀ ଭଳି ଆଧୁନିକ ଚିକିତ୍ସା ବିଜ୍ଞାନର ଆଗମନ ସହିତ ଏଭଳି ରୋଗଗୁଡିକର ଚିକିତ୍ସା ଓ ଅସ୍ତ୍ରୋପଚାରକୁ ସର୍ବନିମ୍ନ ଇନଭାସିଭ୍ ଟେକନିକ୍‌ଗୁଡିକ ସହ କରାଯାଇପାରିବ । ଏଭଳି ପଦ୍ଧତିଗୁଡିକ ଚିକିତ୍ସା ସମୟରେ ଖୁବ୍ କମ୍ ରକ୍ତ କ୍ଷୟ, ଅସ୍ତ୍ରୋପଚାର ପାଇଁ ଛୋଟ ଛେଦନ ଓ ଗାତ ଏବଂ ରୋଗୀଙ୍କ ଶୀଘ୍ର ଆରୋଗ୍ୟ ସୁନିଶ୍ଚିତ କରିଥାଏ । ଡଃ ଦେ ଭୁବନେଶ୍ୱରସ୍ଥିତ ନିଜ କ୍ଲିନିକରେ ଗତ ୧ ବର୍ଷ ୮ ମାସ ମଧ୍ୟରେ ଏଭଳି ୨୨୦୦ରୁ ଅଧିକ ଅସ୍ତ୍ରୋପଚାର ଓ ଚିକିତ୍ସା କରିଛନ୍ତି । ଏହାପୂର୍ବରୁ ସେ ଗତ ୧୬ ବର୍ଷ ହେବ ଅସ୍ତ୍ରୋପଚାର ପାଇଁ ୨ଡି ଏଣ୍ଡୋସ୍ପାଇନ୍ ଟେକ୍ନୋଲୋଜିର ବ୍ୟବହାର କରିଆସୁଥିଲେ । ସେ କହିଛନ୍ତି ଏଭଳି ଟେକ୍ନୋଲୋଜି ଓଡିଶାରେ ପ୍ରଥମ ଥର ପାଇଁ ଏବଂ ବିଶ୍ୱରେ ୨ୟ ଥର ପାଇଁ ଆରମ୍ଭ ହୋଇଛି ।

ଏହି ଦୁଇଟି ରୋଗ ଲୋକଙ୍କ ମଧ୍ୟରେ ସାଧାରଣ ରୂପେ ଦେଖାଯାଉଥିବା ବ୍ୟାକ୍ ପେନ୍ ବା ଅଂଟା ଯନ୍ତ୍ରଣା ସମସ୍ୟାର ମୁଖ୍ୟ କାରଣ ଅଟେ । ଏଭଳି ଅଧିକାଂଶ ମାମଲାରେ ସ୍ନାୟୁଗୁଡିକ ସଙ୍କୁଚିତ ହୋଇଯାଏ, ଯାହାଫଳରେ ଯନ୍ତ୍ରଣା ଦ୍ରୁତ ବେଗରେ ବଢିଯାଏ । ଯଦି ସଠିକ୍ ସମୟରେ ଏହାର ଚିକିତ୍ସା କରାନଯାଏ ତେବେ ବେଳେବେଳେ ଏହା ପାଦରେ ବଧିରା ଓ ଫୋଡିଲା ଭଳି ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ ।

ୱେସ୍ (ୱାର୍ଲ୍ଡ ଏଣ୍ଡୋସ୍କୋପିକ୍ ସ୍ପାଇନ୍ ସୋସାଇଟି)ର ମାନନୀୟ ସମ୍ପାଦକ ଡକ୍ଟର ପିସି ଦେ କହିଛନ୍ତି, “ଅଂଟା ଯନ୍ତ୍ରଣା ହେଉଛି ବର୍ତମାନ ଶତାବ୍ଦୀରେ ଶୁଣାଯାଉଥିବା ସବୁଠାରୁ ସାଧାରଣ ଅଭିଯୋଗ । ସାଧାରଣ ହେବା ବ୍ୟତୀତ ଏହା ଖୁବ୍ ଯନ୍ତ୍ରଣାଦାୟକ ଓ କଷ୍ଟଦାୟକ ମଧ୍ୟ ଯାହା ଦୈନନ୍ଦିନ କାର୍ଯ୍ୟରେ ସୀମିତତା ସୃଷ୍ଟି କରିଥାଏ । ଆକଳନ କରାଯାଇଛି ଯେ, ୭୭% ଲୋକଙ୍କଠାରେ ଅଂଟା ଯନ୍ତ୍ରଣା ରହିଛି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୩୫% ଲୋକଙ୍କଠାରେ ସେମାନଙ୍କ ଜୀବନକାଳ ମଧ୍ୟରେ ସର୍ବନିମ୍ନ ଥରେ ସାୟାଟିକା ରୋଗ ଦେଖାଦେଇଛି । ଏମ୍‌ଆର୍‌ଆଇର ଆଗମନ ସହିତ ଅଂଟା ଯନ୍ତ୍ରଣାର କାରଣକୁ ଖୁବ୍‌ଶୀଘ୍ର ଏବଂ ପ୍ରାୟ ୧୦୦% ସଠିକତା ସହ ନିଦାନ କରାଯାଇପାରୁଛି । ଚଳିତ ଅଗଷ୍ଟ ୨୩ ରୁ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଏହିଭଳି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି ।” ଡଃ ଦେ ହେଉଛନ୍ତି ଓଡିଶାରେ ଏଣ୍ଡୋସ୍ପାଇନ୍ ସର୍ଜରୀର ଅଗ୍ରଦୂତ ଏବଂ ବିଶ୍ୱରେ ଅନ୍ୟତମ ଅଗ୍ରଦୂତଙ୍କ ମଧ୍ୟରୁ ଜଣେ । ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦ୍ଧତିକୁ ଫ୍ରାନ୍ସର ଅଗ୍ରଦୂତ ଡକ୍ଟର ଜିନ୍ ଡେଷ୍ଟାଣ୍ଡାଉଙ୍କଠାରୁ ପ୍ରତ୍ୟକ୍ଷ ଭାବେ ଶିଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, “ଏଣ୍ଡୋସ୍କୋପିକ୍ ସ୍ପାଇନ୍ ସର୍ଜରୀ ଅଂଟା ଯନ୍ତ୍ରଣା ସମସ୍ୟା ପାଇଁ ସର୍ବଶେଷ ପରିଚାଳନା ଧାରା ଅଟେ । ଡଃ ଦେ’ ନିଜେ ଏହି ପଦ୍ଧତି ସହିତ ୨୮୦୦ରୁ ଅଧିକ ସର୍ଜରୀ କରିଛନ୍ତି ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା