ଓଡିଶା ବ୍ୟବସାୟ

ରୁପା ଗହଣାର ଗଢ଼ା ମୂଲ୍ୟରେ ଫ୍ଲାଟ୍ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର…

ଭୁବନେଶ୍ୱର : ରୁପା ଗହଣାର ଅନ୍ୟତମ ସୋ’ରୁମ୍ ଚାନ୍ଦି ଭଣ୍ଡାର ଭୁବନେଶ୍ୱରରେ ଏହାର ଦୁଇଟି ବ୍ରାଣ୍ଡ ନ୍ୟୁ ଷ୍ଟୋର ଖୋଲିଛି । ଗୋଟିଏ ଜନପଥରେ ଏବଂ ଅନ୍ୟଟି ସୌଭାଗ୍ୟ ନଗରରେ ଖୋଲାଯାଇଛି । ଜନପଥ ଷ୍ଟୋରକୁ ଓଲିଉଡ୍ ଷ୍ଟାର ଶୈଳେନ୍ଦ୍ର ସାମନ୍ତରାୟ ଉଦଘାଟିତ କରିଛନ୍ତି । ଏହା ସହ ସମାନ ଦିନରେ ସୌଭାଗ୍ୟ ନଗରରେ ମଧ୍ୟ ନୂଆ ଷ୍ଟୋର ଉଦଘାଟିତ ହୋଇଛି । ଏହି ଅବସରରେ ରୁପା ଗହଣାର ଗଢ଼ା ମୂଲ୍ୟରେ ଫ୍ଲାଟ୍ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର । ଏହି ଅଫର ଅଗଷ୍ଟ ୨୧ରୁ ୩୧ ଯାଏ ଚାଲିବ ।

ଷ୍ଟୋର ଉଦଘାଟନୀରେ ଚାନ୍ଦି ଭଣ୍ଡାରର ନିଦେ୍ର୍ଦଶିକା ଲିପସା ହଂସ, ନୂଆ ଷ୍ଟୋରକୁ ଆସି ରୁପାର ସୁନ୍ଦରତାକୁ ଅନୁଭବ କରିବା ଲାଗି ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି । ଗୋଟିଏ ଛାତ ତଳେ ସବୁ ପ୍ରକାରର ରୁପା ସାମଗ୍ରୀ ପାଇବେ ଗ୍ରାହକ । ଗ୍ରାହକ ଏଠାରେ ବ୍ୟାପକ ରେଞ୍ଜର ପାଉଁଜି, ଝୁଣ୍ଟିଆ, ନେକଲେସ୍, ବ୍ରେସଲଟେ୍, କାନଫୁଲ, ମୁଦି, ବାସନକୁସନ, ସୋ’ ପିସ୍ ପାଇବେ ।

ଚାନ୍ଦି ଭଣ୍ଡାର ଗୋଟିଏ ଛାତ ତଳେ ଗହଣା, କଟଲେରି, ସିଲଭର୍ ୱେର୍ ଏବଂ କର୍ପୋରେଟ୍ ଉପହାରର ବ୍ୟାପକ ସମ୍ଭାର ପ୍ରଦାନ କରୁଛି । ଭାରତର ବିଭିନ୍ନ କୋଣରୁ ସୁନ୍ଦର ଗହଣା ପିସ୍ ସହିତ ସର୍ବୋତ୍ତମ ଓଡ଼ିଆ କାରୁକାର୍ଯ୍ୟକୁ ଚାନ୍ଦି ଭଣ୍ଡାର ଗ୍ରାହକଙ୍କ ନିକଟକୁ ଆଣିଛି ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା