ସମୂହ ଛୁଟିରେ ଯିବେ ଉଦ୍ୟାନ କୃଷି ବିଭାଗୀୟ ଅଧିକାରୀ

ଗଜପତି : ସମୂହ ଛୁଟିରେ ଯିବେ ଉଦ୍ୟାନ କୃଷି ବିଭାଗୀୟ ଅଧିକାରୀ । ଉଦ୍ୟାନ କୃଷି ବିଭାଗରେ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରାଯାଉଥିବାରୁ ଉଦ୍ୟାନ କୃଷି ଅଧିକାରୀଙ୍କ ଦାୟିତ୍ୱ ଏବେ ବଢି ଚାଲିଛି । ମାତ୍ର ଦୀର୍ଘ ବର୍ଷ ଧରି ଉଦ୍ୟାନ କୃଷି ବିଭାଗ ଅଧିକାରୀଙ୍କ କେଡର ପୁନଃବିନ୍ୟାସ ହୋଇ ପାରୁନାହିଁ । ଯଦି ଆସନ୍ତା ୩୦ ତାରିଖ ସୁଦ୍ଧା ସରକାର କେଡର ପୁନଃବିନ୍ୟାସ ନ କରନ୍ତି ତେବେ ୩୧ ତାରିଖରୁ ସମୂହ ଛୁଟିରେ ଯିବା ପାଇଁ ରାଜ୍ୟ ସଙ୍ଘ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏ ନେଇ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ସଙ୍ଘ ଗଜପତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶଶାଙ୍କ ଶେଖର ସାହୁ, ଜିଲ୍ଲା ସଂଯୋଜକ ଦିଲ୍ଲୀପ ଡିଙ୍ଗଲ ଓ ବିଭିନ୍ନ ବ୍ଳକର ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଗଜପତିରୁ ବିବୋକାନନ୍ଦ ବେହେରା