ଟାୟାର ଫାଟି ବସରେ ଲାଗିଲା ନିଆଁ…

କୋରାପୁଟ : ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଘଟିଛି ଏଭଳି ଏକ ଅଭାବନୀୟ ଦୁର୍ଘଟଣା । ଗୁପ୍ତା ଟ୍ରାଭେଲସ୍ ନାମକ ଏକ ଘରୋଇ ବସ୍ ଗାଡି ନଂ CG17KS7719ରେ ଘଟିଛି ଅଗ୍ନିକାଣ୍ଡ । ବୋରିଗୁମ୍ମାରୁ ନବରଙ୍ଗପୁର ଯିବା ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳି ଉଠିଥିଲା ବସ୍ । ତେବେ ଘଟଣାରେ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି ।
ସୂଚନା ଅନୁସାରେ, ବସ୍ ଛତିଶଗଡ ଓ କଳାହାଣ୍ଡି ବର୍ଡର ଦେଓଭୋଗରୁ ହାଇଦ୍ରାବାଦକୁ ଯାତାୟାତ କରୁଥିବା ବେଳେ ଆଜି ସକାଳ ପ୍ରାୟ ୬.୩୦ ମିନିଟରେ ହାଇଦ୍ରାବାଦରୁ ଫେରି ବୋରିଗୁମ୍ମାରେ ପହଞ୍ଚିବା କ୍ଷଣି ଟାୟାର ଫାଟି ବସରେ ନିଆଁ ଲାଗିଯାଇଥିଲା । ବସ୍ ଟାୟାର ଅତ୍ୟଧିକ ଗରମ ହୋଇଯାଇଥିବା କାରଣରୁ ନିଆଁ ଲାଗିଯାଇଥିବା ଜଣାପଡିଛି l ଖବର ପାଇ ବୋରିଗୁମ୍ମା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସୌଭାଗ୍ୟବଶତଃ ଯାତ୍ରୀମାନେ ସୁରକ୍ଷିତ ଭାବେ ବସରୁ ଓହ୍ଲାଇଯାଇଥିଲେ ।
ରିପୋର୍ଟ : କୋରାପୁଟରୁ ସୁନୀଲ ଦାଶ