ଓଡିଶା

ବେଗୁନିଆପଡା ବ୍ଲକରେ ବିଭିନ୍ନ ଦାବିକୁ ନେଇ ତେଜିଛି କଂଗ୍ରେସ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତିବାଦରେ ବେଗୁନିଆପଡା ବ୍ଲକରେ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ବପ୍ନେଶ୍ବର ମନ୍ଦିରରୁ ବ୍ଲକ ସଭାପତି ବୁଲା ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ କଂଗ୍ରେସର ନେତା ଓ କର୍ମୀମାନେ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିସିସି ସଭ୍ୟ ବିଜୟ କୁମାର ସାହୁ, ପ୍ରସନ୍ନ କୁମାର ରଥ, ପବିତ୍ର ସାମନ୍ତରା, ଦୀପକ କୁମାର ଜେନା, ସୁଶାନ୍ତ କୁମାର ସେଠୀ, ଦିଲ୍ଲୀପ କୁମାର ଭୂୟାଁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ଗର୍ଜିଥିଲେ । ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ଚାଷୀମାରଣ ନୀତି, ଆବାସ ଯୋଜନାରେ ଦୁର୍ନୀତି, ବିଦ୍ୟୁତ ବିଲରେ ଲୋକମାନଙ୍କୁ ଶୋଷଣ ଆଦି ଦାବି ଉଠାଇଥିଲା ଜିଲ୍ଲା କଂଗ୍ରେସ ।

ରାଜ୍ୟ ସରକାର ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ଦେଉଥିବା ୫୦ଲକ୍ଷ ଟଙ୍କା ଗ୍ରାମସଭାରେ ପ୍ରକଳ୍ପ ଚୟନ କରିବା ସହିତ ଗ୍ରାମସଭାର କେଉଁ କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ତାହା ନିଷ୍ପତ୍ତି ପରେ ଖର୍ଚ୍ଚ କରିବା, ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରିବା ବନ୍ଦ କରାଯିବା, ନାରୀ ନିର୍ଯାତନା ବନ୍ଦ କରି ନାରୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯିବାକୁ କଂଗ୍ରେସ ନେତାମାନେ ଦାବି କରିଥିଲେ । ଏହି ଅବସରରେ କଂଗ୍ରେସ କର୍ମୀ ବିଡିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡିଓ ନିରଞ୍ଜନ ବେହେରାଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବିପତ୍ର ପ୍ରଦାନ କରିଥିଲେ ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା