ଓଡିଶା

ନୂଆ ମୋଡ଼ ନେଇଛି ବହୁ ଚର୍ଚ୍ଚିତ ମାହାଙ୍ଗା ଶୁଖୁଆପଡା ନାବାଳିକା ମୃତ୍ୟୁ ଘଟଣା…

ମାହାଙ୍ଗା : ବହୁ ଚର୍ଚ୍ଚିତ ମାହାଙ୍ଗା ଶୁଖୁଆପଡା ନାବାଳିକା ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି । ମୃତାଙ୍କୁ ନ୍ୟାୟ ଏବଂ ଘଟଣାର ସତ୍ୟାସତ୍ୟ ଉନ୍ମୋଚନକୁ ନେଇ ଚାଲିଛି ଲଢେଇ । ମୃତାଙ୍କ ଚିଠି ଏବଂ ପୂର୍ବତନ ମାହାଙ୍ଗା ପଞ୍ଚାୟତ ସମିତି ଅଧକ୍ଷ ଶରତ ନାୟକଙ୍କ ଅଡିଓ ଭାଇରାଲ ହେବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ବିଭିନ୍ନ ସଂଗଠନ । ଅଡିଓରେ ସତୁରି ହଜାର ଟଙ୍କା ମାଗିବା ଏବଂ ଶବକୁ ପୋଡ଼ି ନଈରେ ଫୋପାଡିବା କଥା ସ୍ପଷ୍ଟ ଶୁଣିବାକୁ ମିଳିଛି । ଏବେ ଏହି ଭାଇରାଲ ଅଡିଓ ଆଉ ଚିଠିକୁ ଫରେନସିକ ଲ୍ୟାବକୁ ପଠାଇ ପରୀକ୍ଷା କରିବା ମୃତା ନାବାଳିକାର ହାଣ୍ଡ ରାଇଟିଙ୍ଗକୁ ଏକ୍ସପର୍ଟ ପାଖକୁ ପଠାଇ ପରୀକ୍ଷା ପାଇଁ ଦାବି କରାଯାଉଛି । ଅପରପକ୍ଷେ ମୃତାଙ୍କ ବାପାଙ୍କ ସାମ୍ବାଦିକ ସମ୍ମିଳନୀ ମୃତ୍ୟୁର ଗହନ ରହସ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଏ ନେଇ ବିଜେପି ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିବାବେଳେ କଟକ ଜିଲ୍ଲା ମାହାଙ୍ଗା ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡ଼ି ନେତା ଶରତ ନାୟକଙ୍କୁ କଟକ ଜିଲ୍ଲା ବିଜେଡ଼ି ସଭାପତି ଦେବାଶିଷ ସାମନ୍ତରାୟ ଦଳରୁ ବହିଷ୍କାର କରିଛନ୍ତି । ଏ ନେଇ ଆଜି ଥାନାରେ ଶରତ ନାୟକଙ୍କୁ ପ୍ରାୟ ଏକ ଘଣ୍ଟା ଧରି ଜେରା କରାଯାଇଛି । ମାହାଙ୍ଗାର ଗୋକନ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଭାଇରାଲ ଅଡିଓ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଆଜି ଅତିରିକ୍ତ ଏସ୍.ପି କୃଷ୍ଣ ପ୍ରସାଦ ପଟ୍ଟନାୟକ ଶରତ ନାୟକଙ୍କୁ ଘଟଣା ସମ୍ପର୍କରେ ବ୍ୟାପକ ପଚରା ଉଚୁରା କରିବା ସହ ଗୋକନ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ଜେରା କରିଛନ୍ତି । ଏ ସଂକ୍ରାନ୍ତରେ ଅତିରିକ୍ତ ଏସ୍.ପି ତଦନ୍ତ ପରେ ସବିଶେଷ ଜଣାଇବେ ବୋଲି କହିଛନ୍ତି ।

ରିପୋର୍ଟ : ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା