ଓଡିଶା କଳା ସଂସ୍କୃତି

ବସ୍ତାରେ ପଞ୍ଜିକୃତ କଳା ସଂସ୍କୃତି ସଂଘର ସମାବେଶ ଅନୁଷ୍ଠିତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦରଡା ଗ୍ରାମପଞ୍ଚାୟତ କଲ୍ୟାଣ ମଣ୍ଡପରେ ପଞ୍ଜିକୃତ କଳା ସଂସ୍କୃତି ସଂଘର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଉଦଘାଟକ ଭାବେ ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସଂଗଠନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଆହ୍ବାନରେ ଅତିଥିଙ୍କ ସହିତ କଳାକାରମାନେ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ଦରଡା ସାମଲ କଲ୍ୟାଣ ମଣ୍ଡପରୁ ଦରଡା ଶିବ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ କଳା ପ୍ରଦର୍ଶନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଏସିଓ ସୌମ୍ୟା ଦାସ, ସମାଜସେବୀ ରଞ୍ଜନ କୁମାର ଦାସ ଯୋଗ ଦେଇ କଳା ଓ କଳାକାରଙ୍କ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ନିଜର ମତପୋଷଣ କରିଥିଲେ ।

କଳାକୁ କେହି ସୃଷ୍ଟି କରି ନଥାଏ, ଏହା ଇଶ୍ବରଦତ୍ତ । ସୃଷ୍ଟିର ଏକ ନିଆରା ପରମ୍ପରା କଳା ବୋଲି ଅତିଥିମାନେ ସମ୍ବୋଧନ କରିଥିଲେ । ସମାବେଶରେ କଳାକାରଙ୍କର ବାସ୍ତବ ଚୟନ ଓ କଳାକୁ ନେଇ ବଞ୍ଚିଆସୁଥିବା ହିତାଧିକାରୀଙ୍କ ମଧ୍ୟରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ ଜାରି ରହିଥିବା ବେଳେ ଏହି ଅବସରରେ ୭୫ ଟି ଦଳ ପଞ୍ଜିକୃତ କରିଥିଲେ । ଏଥିସହିତ ପଞ୍ଜିକୃତ କଳାକାରଙ୍କୁ କ୍ଷେତ୍ର ଅନୁସାରେ ଚୟନର ବ୍ୟବସ୍ଥା ରଖିବାକୁ ଆଲୋଚନା କରାଯାଇଥିଲା । ବ୍ଲକ କଳା ସଂସ୍କୃତି ସଂଘରେ ପ୍ରଶାସକ ଓ କଳାକାର ଉଭୟଙ୍କ ଯୁଗ୍ମ କମିଟିରେ ଉପସଭାପତିଙ୍କ ବ୍ୟତୀତ ଆଉ ସାତ ଜଣଙ୍କୁ କମିଟିରେ ଅନ୍ତର୍ଭୁକ୍ତ କରିବାକୁ ସଂଘ ପକ୍ଷରୁ ଆବାହକ ନିବେଦନ କରିଥିଲେ ।

ରିପୋର୍ଟ : ବସ୍ତାରୁ ଭରତ କୁମାର ଦାସ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା