କବିସୂର୍ଯ୍ୟନଗରରେ କମ୍ପୁଛି ହରଙ୍କ ରଣହୁଙ୍କାର…

କୋଦଳା : କବିସୂର୍ଯ୍ୟନଗରରେ ଗର୍ଜିଲା ଯୁବଶକ୍ତି । ରାସ୍ତାରେ ଗଡିଲା ଗାଡି ଆଉ ଲୋକଙ୍କ ମନରେ ବିଧାୟକ ପ୍ରାର୍ଥୀ ହର ସାହୁଙ୍କ ବାଣୀ । ଯୁବ ସଂଗଠନର ଆବାହକ ତଥା ସମାଜସେବୀକା ରଞ୍ଜିତା ସାହୁଙ୍କ ତତ୍ୱାବଧାନରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡିର ବରିଷ୍ଠ ନେତା ହର ପ୍ରସାଦ ସାହୁ ଓ ତାଙ୍କ ଧର୍ମପତ୍ନୀ ତଥା କୋଦଳା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ ଯୋଗ ଦେଇଥିଲେ । ଏହି ଅବସରରେ କୋଦଳା ସ୍ଥିତ ନିଜ ଵାସ ଭବନରୁ ହଜାରେରୁ ଉର୍ଦ୍ଧ୍ବ ବାଇକ ଶୋଭାଯାତ୍ରାରେ ବାହାରି ଶ୍ରୀ ସାହୁ କବିସୂର୍ଯ୍ୟନଗରରେ ପହଂଚିଥିଲେ । ସେଠାରେ କବିସୂର୍ଯ୍ୟନଗର ଯୁବ ସଂଗଠନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଆୟୋଜିତ ବୈଠକରେ ଶ୍ରୀ ସାହୁ କହିଥିଲେ ଯେ, ଯେଉଁ କବିସୂର୍ଯ୍ୟନଗର ମାଟି ସମସ୍ତଙ୍କୁ ପରିଚୟ ଦେଇଛି ସେଇ ମାଟି ମା ପାଇଁ ସମସ୍ତେ କାର୍ଯ୍ୟ କରିବା ଉଚିତ । କବିସୂର୍ଯ୍ୟନଗର ଯୁବ ସଂଗଠନର ଏକତାକୁ ଏବଂ କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ କବିସୂର୍ଯ୍ୟନଗର ଜନସାଧାରଣଙ୍କ ହିତ ନିମନ୍ତେ କାର୍ଯ୍ୟ କରିବା ପାଇଂ ଆହ୍ବାନ ଦେଇଥିଲେ ହର ସାହୁ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ନେଇ ବର୍ତ୍ତମାନ କବିସୂର୍ଯ୍ୟନଗର ରାଜନୀତି ସରଗରମ ହେଉଥିବା ବେଳେ ଏହି ବାଇକ ଶୋଭାଯାତ୍ରା ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ