ସୋସିଆଲ ମିଡିଆରେ ସକ୍ରିୟ ହେଉଛି ବିଜେଡି…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସିର ରାମଚନ୍ଦ୍ରପୁରରେ ବିଜେଡିର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀସ୍ତରୀୟ ସୋସିଆଲ ମିଡିଆ ସେଲ୍ କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଏହି ସୋସିଆଲ ମିଡିଆ ଯୋଗୁଁ ସରକାରଙ୍କ ସମସ୍ତ ଯୋଜନା ସାଧାରଣ ଜନତାଙ୍କ ନିକଟରେ ସହଜରେ ପହଞ୍ଚାଯାଇପାରିବ ।

ଏହାସହ ଜନସାଧାରଣ ସେମାନଙ୍କ ଅଭାବ ଅସୁବିଧା ଏହାଦ୍ବାରା କମେଣ୍ଟ ବକ୍ସରେ ଜଣାଇପାରିବେ । କୋଦଳା ଏନ୍ଏସିର ୧୧ ନମ୍ବର ୱାର୍ଡକୁ ସ୍ୱାଭିମାନ ୱାର୍ଡ ନାମକରଣ କରାଯାଇଛି । ତେବେ ଏହି ୱାର୍ଡକୁ ରାସ୍ତା, ପାନୀୟ ଜଳ ଓ ଆଲୋକୀକରଣ ଉପରେ ଗୁରୁତ୍ୱ ଦେବା ସହ ସୌନ୍ଦର୍ଯ୍ୟକରଣ ପାଇଁ ନେଇଥିବା ପଦକ୍ଷେପ କାରଣରୁ କାଉନସିଲର ଭଗବାନ ପାଢ଼ୀଙ୍କୁ ଧନ୍ୟବାଦ ଦେଇଥିଲେ ବିଧାୟିକା ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ