ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଏବଂ ଯୋଡ ହସ୍ତରେ ପ୍ରଣାମ କଲେ କବିସୂର୍ଯ୍ୟନଗର ବିଧାୟିକା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ହାଇସ୍କୁଲରେ ତିନି ଜଣ ବଦାନ୍ୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ପୂର୍ବତନ ବିଧାୟକ ସ୍ବର୍ଗତ ନାରାୟଣ ସାହୁ, ବିଦ୍ୟାଳୟର ପ୍ରତିଷ୍ଠାତା ଦଣ୍ଡପାଣି ସୁମନ୍ତରାୟ ଏବଂ ବଦାନ୍ୟ ବ୍ୟକ୍ତି ଭାସ୍କର ପାତ୍ରଙ୍କ ପ୍ରତିମୂର୍ତ୍ତି ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଆୟୋଜିତ ସଭାରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫୁଲ କୁମାର ସାହୁ, ଦକ୍ଷିଣ ଓଡିଶା ସାହିତ୍ୟ ସଂସଦର ମହାସଚିବ ଦଣ୍ଡପାଣି ମହାପାତ୍ର, ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଙ୍ଘମିତ୍ରା, ବେଗୁନିଆପଡା ବ୍ଲକ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶନୀ, କୋଦଳା ତହସିଲଦାର ଶଶ୍ମିତା ଶତପଥି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଙ୍କନାଥ ସ୍ବାଇଁ, ସଂପାଦକ ତଥା ପ୍ରଧାନ ଶିକ୍ଷକ ବିପ୍ରଚରଣ ସାହୁଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏହି ଅଂଚଳର ବିଭିନ୍ନ କାର୍ଯ୍ୟରେ ପାରଦର୍ଶିତା ଲାଭ କରିଥିବା ୪୯ ଜଣଙ୍କୁ ସମ୍ମାନିତ କରାଯାଇଥିଲା ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ