ଘରୋଇ କୋଇଲା ବ୍ୟବହାର ପାଇଁ ବିସିସସିଏଲ୍ ର ଶିଳ୍ପ ସମ୍ମିଳନୀ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଅନ୍ୟତମ ରାଷ୍ଟ୍ରାୟତ୍ତ ସଂସ୍ଥା ଭାରତ କୋକିଂ କୋଲ ଲିମିଟେଡ୍ (ବିସିସିଏଲ୍) ପକ୍ଷରୁ କୋଇଲା ବ୍ୟବହାରକାରୀ ଶିଳ୍ପ ମାନଙ୍କର ଏକ ଆଲୋଚନା ଚକ୍ରର ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟତଃ ଓଡିଶାର ଇସ୍ପାତ, ସିମେଣ୍ଟ ଏବଂ ସ୍ପଞ୍ଜ ଲୁହା କ୍ଷେତ୍ର ତଥା ଭାରତର ବିଭିନ୍ନ କୋଣ ଅନୁକୋଣରୁ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ଅଂଶଗ୍ରହଣକାରୀଙ୍କୁ ଘରୋଇ କୋଇଲା ବ୍ୟବହାରର ବିଶେଷ ଭୂମିକା, ବିଶେଷକରି ବିସିସିଏଲ୍ ର ସ୍ୱଦେଶୀ କୋକିଂ କୋଇଲା ଉତ୍ପାଦ ଏବଂ ଭାରତର ଶିଳ୍ପ ବିକାଶ କ୍ଷେତ୍ରରେ ଏହାର ଭୂମିକା ଉପରେ ଆଲୋଚନା ହୋଇଥିଲା ।

ବିସିସିଏଲ୍ ସ୍ବାଧୀନ ନିର୍ଦ୍ଦେଶକ ସତ୍ୟବ୍ରତ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯକ୍ରମରେ କୋଲ ଇଣ୍ଡିଆ ନିର୍ଦ୍ଦେଶକ ଦେବଶିଷ ନନ୍ଦ, ନିର୍ଦ୍ଦେଶକ ଉଦୟ ଏ କାଲେ, ବିସିସିଏଲ୍ ନିର୍ଦ୍ଦେଶକ, ବିସିସିଆଇ ମହା ପ୍ରବନ୍ଧକ ଏବଂ ବିକ୍ରମ ଘୋଷ, ଜେନେରାଲ ମ୍ୟାନେଜର ପ୍ରମୁଖ ଯୋଗ ଦେଇଥିଲେ ।
ଶିଳ୍ପ ସହଯୋଗ ପାଇଁ ବିସିସିଏଲର ପ୍ରତିବଦ୍ଧତା ଏବଂ ଘରୋଇ କୋଇଲା ବ୍ୟବହାରକୁ ପ୍ରୋତ୍ସାହନ ପାଇଁ ଉତ୍ସର୍ଗୀକୃତ ଏହି ସମ୍ମିଳନୀରେ ପ୍ରୟାସ କରାଯାଇଥିଲା । ଏହି ଆଲୋଚନା ଚକ୍ରର ସଫଳତା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦିଗରେ ବିସିସିଏଲ୍ ଅଧିକ ଉତ୍ସାହିତ ହେବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ