ଓଡିଶା ବ୍ୟବସାୟ

ଆଧୁନିକ ବାଇକ୍ ଏବଂ ୟାମାହା ଆନୁଷଙ୍ଗିକ ପାର୍ଟସର ସମ୍ଭାର ନେଇ ଆସିଛି ମାନୋର ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ

ଭୁବନେଶ୍ୱର : ପାହାଳରେ ଖୋଲିଲା ଇଷ୍ଟର୍ନ ଇଣ୍ଡିଆର ସର୍ବବୃହତ ୟାମାହାର ଦୁଇ ଚକିଆ ଗାଡି ଶୋ’ ରୁମ୍ । ୧୩, ୦୦୦ ବର୍ଗଫୁଟରେ ନିର୍ମିତ ଏହି ଶୋ’ରୁମରେ ସାଧାରଣ ବାଇକଠାରୁ ଆରମ୍ଭ କରି ପ୍ରିମିୟମ ବାଇକ ଉପଲବ୍ଧ ରହିଛି । ଏହାସହ ଆଧୁନିକ ବାଇକ୍ ଏବଂ ୟାମାହା ସ୍କୁଟର ସହିତ ସମସ୍ତ ପ୍ରକାରର ୟାମାହା ଆନୁଷଙ୍ଗିକ ପାର୍ଟସର ଏକ ନୂଆ ସମ୍ଭାର ନେଇ ଆସିଛନ୍ତି ମାନୋର ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡର ଦୁଇ ନିର୍ଦ୍ଦେଶକ ରିନା ବିଶ୍ବାଳ ଏବଂ ଶ୍ରୀତେଜ ବିଶ୍ବାଳ ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ମାନୋର ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡର ଦୁଇ ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଏମ୍ ଶ୍ରୀମନ୍ତ ସାମନ୍ତ, ଟର୍କ ମୋଟର୍ସ ଜିଏମ୍ ସୁଜିତ୍ ଧଳ, କର୍ପୋରେଟ୍ ପରଚେଜ୍ ହେଡ୍ ବିକାଶ ମିଶ୍ର ଏବଂ ଫାଇନାନ୍ସ ହେଡ୍ ରବୀନ୍ଦ୍ରନାଥ ମଲ୍ଲିକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଅବସରରେ ‘ଟର୍କ ମୋଟର୍ସ’ର ଏମଡି କହିଛନ୍ତି ଯେ, ଆଗାମୀ ଦିନରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ୟାମାହାର ବିଭିନ୍ନ ଗାଡି ଓ ଆସେସୋରିଜ ସହିତ ମରାମତି ଉପରେ ମଧ୍ୟ ଭଲ ରିହାତି ଗ୍ରାହକଙ୍କୁ ମିଳିବ ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା