ଭୁବନେଶ୍ୱରରେ ବାଇକର୍ସଙ୍କ ପକ୍ଷରୁ “ମେରା ରଙ୍ଗଦେ ବସନ୍ତି ଚୋଲା” କାର୍ଯ୍ୟକ୍ରମ ଆୟୋଜିତ…

ଭୂବନେଶ୍ୱର : ରକ୍ତ ରାସ୍ତାରେ ନୁହେଁ ଦେଶର ଯବାନଙ୍କ ପାଇଁ ଦିଅନ୍ତୁ । ଏହି ବାର୍ତ୍ତା ନେଇ ଭୁବନେଶ୍ୱରରେ ବାଇକର୍ସ ପକ୍ଷରୁ ଆରମ୍ଭ ହୋଇଛି ଏକ ନିଆରା ପ୍ରୟାସ । ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱରରେ ଓଡିଶା ବାଇକର୍ସଙ୍କ ପକ୍ଷରୁ ନିଆରା ଢଙ୍ଗରେ “ମେରା ରଙ୍ଗଦେ ବସନ୍ତି ଚୋଲା” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବାଇକ ରାଣୀ ଅମିତା ସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ବାଇକର୍ସ ରାଲିକୁ ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ଡ.ରୋଜାଲିନ ପାଟ୍ଟଶାଣି ମିଶ୍ର, ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ, ପୂର୍ବତନ ରଂଜି ଟ୍ରଫି ଖେଳାଳି ତଥା ବାଇକର ଜିତୁ ଶତପଥୀ, ସିଡବ୍ଲୁଡିଏସ୍ ର ଅଧକ୍ଷା ମେଜର କଳ୍ପନା ଦାଶ ଓ ବିଶିଷ୍ଟ ସମାଜସେବୀକା ଚିଦାମ୍ବିକା ଖଟୁଆ ଯୋଗ ଦେଇ ବାଇକର୍ସଙ୍କୁ ଉତ୍ସାହିତ କରିଥିଲେ । ୫୦ ରୁ ଉର୍ଦ୍ଧ୍ବ ବାଇକର୍ସ ସେଭ ଡ୍ରାଇଭ ଚଳାଇ ସାଣ୍ଡି ଟାୱାରରୁ ବାହାରି ରେଡ଼କର୍ସ ଭବନରେ ପହଂଚି ସେଠାରେ ଦେଶର ଯବାନଙ୍କ ଉଦ୍ଦେଶ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ