ଆଇଏମବି-ଇଗନାଇଟ୍ ୨୦୨୩ ଅନୁଷ୍ଠିତ

ଭୂବନେଶ୍ୱର : ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ୨୦୨୩-୨୪ ଶିକ୍ଷାବର୍ଷରେ ଯୋଗ ଦେଇଥିବା ନବାଗତ ପିଜିଡିଏମ୍ ଓ ହୋଟେଲ୍ ମ୍ୟାନେଜମେଣ୍ଟ୍ ଲାଗି ସ୍ୱାଗତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ‘ଆଇଏମବି-ଇଗନାଇଟ୍’ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ସିଏମଡି ନାଲକୋ, ଶ୍ରୀଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସମ୍ମାନୀୟ ଅତିଥି ଭାବରେ ଚିଫ୍ ଏଡିଟର କଳିଙ୍ଗ ସ୍କ୍ରୋଲ ବିଶ୍ୱରାଜ ପଟ୍ଟନାୟକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଚେୟାରମ୍ୟାନ ପ୍ରଫୁଲ୍ଲ କୁମାର ସାହୁ, ସେକ୍ରେଟାରୀ ରାଜର୍ଷି ଜ୍ଞାନଦର୍ଶୀ, ଡାଇରେକ୍ଟର ପ୍ରଫେସର ଡକ୍ଟର ତ୍ରିଲୋଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ନାଲକୋ ସିଏମଡି ଛାତ୍ରଛାତ୍ରୀଙ୍କୁ ଚରିତ୍ର ଗଠନର ଏକ ମାର୍ଗ ଓ ତାର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ