ଓଡିଶା ମନୋରଞ୍ଜନ

ପ୍ରେମ୍ ପରିଶ୍ରମ ସଫଳ ହେଲା । ଜୀବନର ମୋଡ ବଦଳାଇଦେଲା ୱେବସିରିଜ୍ ‘କମାଣ୍ଡୋ’…

ଭୁବନେଶ୍ୱର : ଦେଶର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଡିଜନି+ ହଟଷ୍ଟାରରେ ରିଲିଜ୍ ହୋଇଛି ଓଡିଆ ପୁଅ ପ୍ରେମ୍ ପରିଜାଙ୍କ ୱେବସିରିଜ୍ ‘କମାଣ୍ଡୋ’ । ଜାତୀୟସ୍ତରର ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ କୌଣସି ୱେବସିରିଜରେ ମୁଖ୍ୟଚରିତ୍ରରେ ଅଭିନୟ କରିଥିବା ପ୍ରଥମ ଓଡ଼ିଆ କଳାକାର ହେବାର ଗୌରବ ଅର୍ଜନ କରିଛନ୍ତି ପ୍ରେମ୍ । 

ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରେମ୍ ଯୋଗ ଦେଇ କହିଛନ୍ତି ଯେ, ‘‘ମୁଁ କିଛି ବର୍ଷ ହେଲା ମୁମ୍ବାଇରେ ରହି ଅଭିନୟର ପ୍ରଶିକ୍ଷଣ ନେଉଥିଲି ଏବଂ ବିଭିନ୍ନ ଫିଲ୍ମ ଓ ସିରିଜରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରୁଥିଲି । ବିପୁଲ୍ ଶାହଙ୍କ ‘କମାଣ୍ଡୋ’ ପାଇଁ ଅଡିସନ୍ ହେଉଥିବା ଜାଣି ସେଥିରେ ଅଂଶଗ୍ରହଣ କଲି । ମୋ ଭଳି ୧୧,୦୦୦ କଳାକାର ମୁଖ୍ୟ ଭୂମିକା ପାଇଁ ଅଡିସନ୍ ଦେଇଥିଲେ । ଯଦିଓ ମୋର ପୁରା ପ୍ରସ୍ତୁତି ଥିଲା କିନ୍ତୁ ମତେ ଯେ ନିର୍ଦ୍ଦେଶକ ବାଛିବେ ତାହା ମୁଁ ଭାବି ପାରୁ ନଥିଲି । ଶେଷରେ ମୁଁ ସଫଳ ହେଲି । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହେଲା । ସେଥିପାଇଁ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକରି କୃତଜ୍ଞତା ଜଣାଇଛି । ପିଲାଦିନେ ଟିଭି ସାମ୍ନାରେ ବସି ଘରେ କହୁଥିଲି କି ଦିନେ ମୁଁ ହିରୋ ହେବି, ଆଉ ଆଜି ମୋର ସେ ସ୍ବପ୍ନ ସଫଳ ହୋଇଛି।’’

ଏହି ୱେବସିରିଜର ନିର୍ଦ୍ଦେଶନା ଓ ପ୍ରୟୋଜନା ଦାୟିତ୍ୱରେ ଅଛନ୍ତି ବିପୁଲ୍ ଅମୃତଲାଲ ଶାହ । ଅଦା ଶର୍ମା, ଅମିତ ସିଆଲ, ତିଗ୍ମାଂଶୁ ଧୁଲିଆ, ମୁକେଶ ଛାବ୍ରା ପ୍ରମୁଖ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ବୈଭବ ତତ୍ୱବାଦୀ, ଶ୍ରେୟା ସିଂହ ଚୌଧୁରୀ ଓ ଇସ୍ତେୟାକ୍ ଖାନ୍ ମଧ୍ୟ ବିଭିନ୍ନ ଭୂମିକାରେ ଏଥିରେ ଅଭିନୟ କରିଛନ୍ତି ।

୨୦୧୩ ମସିହାରେ ପ୍ରଥମେ ‘କମାଣ୍ଡୋ’ ଫ୍ରାଞ୍ଚାଇଜି ଆରମ୍ଭ ହୋଇଥିଲା । ପ୍ରଥମ ସିରିଜ୍ ‘କମାଣ୍ଡୋ-ଏ ୱାନ୍ ମ୍ୟାନ୍ ଆର୍ମି’ରେ ବିଦ୍ୟୁତ୍ ଜମଓ୍ୱାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ପ୍ରାୟ ୧୦ ବର୍ଷ ଧରି ‘କମାଣ୍ଡୋ’ର ବିଭିନ୍ନ ସଂସ୍କରଣ ଆକ୍ସନ ପ୍ରେମୀ ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା